ସିନିୟର ଫେଲୋସିପ ପାଇଥିବାରୁ ଲଳିତ ଜଗତଙ୍କୁ ଜିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଗ୍ରାମର ନାଟ୍ୟରତ୍ନ ପ୍ରାପ୍ତ ନାଟ୍ୟକାର ତଥା ନିର୍ଦ୍ଦେଶକ ଲଳିତ ଜଗତଙ୍କୁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଭାରତ ସରକାରଙ୍କ ଦ୍ୱାରା ଫୋକ୍ ଥିଏଟର (ଲୋକ ନାଟକ) ରେ ସିନିୟର୍ ଫେଲୋସିପ୍ ପାଇଛନ୍ତି । ଯାହାକି ସାରା ଭାରତରେ ୩ ନମ୍ବର ଓଡ଼ିଶାରେ ୨ ଜଣ ସେ ମଧ୍ୟରୁ ପ୍ରଥମରେ ଲଳିତ ଜଗତ ଅଛନ୍ତି ଓ ବରଗଡ଼ ଜିଲ୍ଲାରେ ଏକମାତ୍ର ଭାବେ ସିନିୟର୍ ଫେଲୋସିପରେ ଗୌରବ ଅର୍ଜନ କରିଛନ୍ତି । ଏ ଖୁସିର ଖବର ଶୁଣିବା ମାତ୍ରେ ସାରା ଓଡ଼ିଶା ତଥା ବରଗଡ଼ ଜିଲ୍ଲାର ସମସ୍ତ ଜନସାଧାରଣ ଓ କଳାକାର ଭାଇମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏଥିରେ ବିଶେଷ ଖୁସିବ୍ୟକ୍ତ ପ୍ରକାଶ କରି ରାଜ୍ୟ କଳାକାର ମହାସଂଘର ସଭାପତି ଶ୍ରୀ ଚୈତନ୍ୟ ପାଇକଙ୍କ ନେତୃତ୍ୱରେ ହନୁମାନ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ମହୋତ୍ସବ ବରଗଡ଼ ଅବସରରେ ଶ୍ରୀ ଜଗତଙ୍କ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଛ ସମ୍ୱର୍ଦ୍ଧନା ଦେଇ କହିଛନ୍ତି ଯେ ଏହା ବରଗଡ଼ ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ । ମୁଖ୍ୟ ଅତିଥି ଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, କାର୍ଯ୍ୟ ନିର୍ବାହୀ ଅଧିକାରୀ ବରଗଡ଼ ଲଲାଟ କୁମାର ଲୁହା, ଜିଲ୍ଲାପରିଷଦ ବରଗଡ଼ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝି, ଅକ୍ରୁର ମଲ୍ଲିକ, ବରଗଡ଼ ଧନୁଯାତ୍ରା ମହୋତ୍ସବର ଆବାହକ ଗୋପାଳ ଦାସ, ମହାରାଜ କଂସ ଭୁବନ ପ୍ରଧାନ ନୃତ୍ୟ ଗୁରୁଶଙ୍କର ପଟ୍ଟନାୟକ ଓ ଆୟୋଜକ କମିଟିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.