ମାଲବାହୀ ଟ୍ରେନର ଇଞ୍ଜିନରେ ଲାଗିଲା ନିଆଁ

କେନ୍ଦୁଝର : ମାଲବାହୀ ଟ୍ରେନର ଇଞ୍ଜିନରେ ଲାଗିଲା ନିଆଁ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଆଜି କେନ୍ଦୁଝରର ବଡ଼ବିଲ ରେଳ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ବାଲାନି ସାଇଡିଂ ଅଭିମୁଖେ ଯାଉଥିବାବେଳେ ଲୋକୋ ପାଇଲଟ୍ ଇଞ୍ଜିନରୁ ଧୂଆଁ ବାହାରୁଥିବା ଦେଖି ଟ୍ରେନ୍ ଅଟକାଇରେଲୱେ ଅଧିକାରୀମାନଙ୍କୁ ମଧ୍ୟ ଜଣାଇଥିଲେ । ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଏହି ଘଟଣାରେ କାହାରି କିଛି କ୍ଷତି ହୋଇ ନ ଥିବା ବେଳେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ ।

Leave A Reply

Your email address will not be published.