ବିଳମ୍ବିତ ରାତିରେ ଲାଗିଲା ନିଆଁ : ୪ ବଖରା ଘର ସହ ୪ଟି ବାଇକ ଜଳିଗଲା

ବ୍ରହ୍ମପୁର : ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ଉପକଣ୍ଠ କୁକୁଡାଖଣ୍ଡି ବ୍ଲକ ଝାଡାଙ୍କୁଲି ଗାଁରେ ଘରେ ଲୋକେ ଶୋଇଥିବା ବେଳେ ନିଆଁ ଲାଗିଥିଲା । ଫଳରେ ଲୋକ ଭୟରେ ବାହାରକୁ ଚାଲିଆସିଥିଲେ । ଦେଖୁଦେଖୁ ନିଆଁ ଏତେ ବଢ଼ିଯାଇଥିଲା ଯେ, ୪ ଛପର ଘର ପୂରା ପୋଡି ପାଉଁଶ ହେବା ସହ ପାଖରେ ଥିବା ୪ଟି ବାଇକ ମଧ୍ୟ ନଷ୍ଟ ହୋଇଯାଇଛି । ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଅଗ୍ନିକାଣ୍ଡ ଯୋଗୁଁ ୪ଟି ପରିବାର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାକଡିଛି । କେଉଁ କାରଣ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଛି ତାହା ଏପର୍ଯ୍ୟ‌ନ୍ତ ସ୍ପଷ୍ଟ ଜଣାପଡିନାହିଁ ।

Leave A Reply

Your email address will not be published.