୧୦ କେଜି କୁଟୁରା ମାଂସ ଜବତ : ୪ ଅଟକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ଝଲିଆଲିଟି ଗ୍ରାମରୁ ୧୦ କେଜି ଜଙ୍ଗଲି କୁଟୁରା ମାଂସ ଜବତ କରିବା ସହ ୪ ଜଣଙ୍କୁ ଅଟକ ରଖିଛି ଲାଠୋର ବନବିଭାଗ । ସୂଚନା ଅନୁସାରେ ବିଶେଷ ସୂତ୍ରରୁ ଖବର ପାଇ ଲାଠୋର ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଏଥିରେ ଝଲିଆଲିଟି ଗ୍ରାମର ଭଗବାନ ମେହେରଙ୍କ ଘରେ ଚଢ଼ାଉ କରି ପ୍ରାୟ ୧୦ କେଜି ଜଙ୍ଗଲି କୁଟୁରା ମାଂସ ଜବତ କରିବା ସହ ୪ ଜଣକୁ ଲାଠୋର ବନବିଭାଗ କାର୍ଯ୍ୟାଳୟକୁ ଆଣି ଏନେଇ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରଖିଛି । ଅଟକ ଥିବା ବ୍ୟକ୍ତିମାନେ ହେଲେ ଝଲିଆଲିଟି ଗ୍ରାମର ଭଗବାନ ମେହେର, ଖମେଖ ରଣା, ମସାଣି ଗାଁର ରାଧେଶ୍ୟାମ ଭୋଇ ଓ ଭୋଜରାମ ବରିହା । ସେମାନେ ନିକଟସ୍ଥ ଜଙ୍ଗଲରୁ ଏକ କୁଟୁରାକୁ ଶିକାର କରି ଭଗବାନଙ୍କ ଘରେ ଭାଗବଣ୍ଟା କରୁଥିବା ସମୟରେ ବନ ବିଭାଗର କର୍ମଚାରୀମାନେ ଚଢ଼ାଉ କରି ମାଂସ ଜବତ କରିଥିଲେ ।

Leave A Reply

Your email address will not be published.