ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ କୁଷ୍ଠାଶ୍ରମରେ ଗଛ ଲଗାଇଲେ ଶିକ୍ଷୟତ୍ରୀ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ଅବସରରେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଟୋପ ହାଇସ୍କୁଲର ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅନୁସୂୟା ଦେବତା ପରିବେଶ ସୁରକ୍ଷା ପାଇଁ ଅତାବିରା ଏନ୍ଏସି ଅନ୍ତର୍ଗତ କୁଷ୍ଠାଶ୍ରମରେ ବୃକ୍ଷ ରୋପଣ କରିଛନ୍ତି । ସେ ଆଜି ସ୍ଵାଧୀନତା ସଂଗ୍ରାମୀ ତଥା ସମାଜସେବୀଙ୍କ ସ୍ମୃତିରେ ବୃକ୍ଷ ରୋପଣ କରି ତାକୁ ବଡ କରିବା ଓ ବଞ୍ଚାଇବା ପାଇଁ ଦୃଢ ସଂକଳ୍ପ ନେଇଥିଲେ । କୁଷ୍ଠାଶ୍ରମରେ ନିମ୍ବ ଗଛର ଗୁରୁତ୍ଵ ତଥା ସେଠାରେ ରହୁଥିବା ଅନ୍ତେବାସୀଙ୍କ ପାଇଁ କିଛି ଫଳ ଗଛ ମଧ୍ୟ ରୋପଣ କରିଥିଲେ ।

jittmm
Leave A Reply

Your email address will not be published.