ଲାଠୋର କୋଶଲ ରାଏଜ ମୁକ୍ତିମୋର୍ଚ୍ଚା ସଦସ୍ୟମାନଙ୍କ ତରଫରୁ କେନ୍ଦ୍ର ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦହନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲାଠୋରଠାରେ କୋଶଲ ରାଏଜ ମୁକ୍ତିମୋର୍ଚ୍ଚା ସଦସ୍ୟମାନଙ୍କ ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ସୂଚନା ଅନୁସାରେ ବରଗଡ଼ କୋଶଲ ମୁକ୍ତିମୋର୍ଚ୍ଚା ସେନାର ସଦସ୍ୟମାନେ ଗତ ନଭେମ୍ବର ୨୦ ତାରିଖ ଦିନ ବରଗଡ଼ଠାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତ ସମୟରେ ତାଙ୍କୁ ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବୀ ନେଇ ଏକ ଦାବୀପତ୍ର ପ୍ରଦାନ କରିଥିଲେ ଦାବୀପତ୍ର ଦେଖି ଅଶାଳୀନ ମନ୍ତବ୍ୟ ଦେଇଥିବାରୁ ଏହାକୁ ପ୍ରତିବାଦ କରି ଆଜି ଲାଠୋର କୋଶଲ ମୁକ୍ତିମୋର୍ଚ୍ଚାର ସଦସ୍ୟମାନେ ଏକ ଶୋଭାଯାତ୍ରା ବାହାର କରି ବସଷ୍ଟାଣ୍ଡଠାରେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶ ପୁତ୍ତଳିକା ଦାହ କରିଥିବା ଜଣାପଡିଛି । ଗୌରୀଶଙ୍କର ଥନାପତିଙ୍କ ଅଧ୍ୟକ୍ଷତାରେ ରୋହିତ ଶବର, ପୃଥ୍ୱୀରାଜ ବୁଡ଼େକ, ନେପାଲି ତାଣ୍ଡି, ଭୁଲା ସୁନାନୀ, ଟିଲୁ ସୁନାନୀ, ସତ୍ୟ ମେହେର, ଜିତୁ ନାଏକ ଏବଂ ହିମାଂଶୁ ନାଏକ ପ୍ରମୁଖ ଏହି ଆନ୍ଦୋଳନରେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.