oom

କୁରୁଲ ଉଚ୍ଚ ବିଦ୍ୟାଳୟରେ ତିନିଦିନିଆ ଶୀତକାଳୀନ ଶିବିର

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିକଳ୍ପ ପରିବାରରେ ପାଳିତ ୫୦ରୁ ଅଧିକଙ୍କୁ ନେଇ କୁରୁଲ ଉଚ୍ଚ ବିଦ୍ୟାଳୟରେ ତିନିଦିନିଆ ଶିତକାଳୀନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଶିବିରରେ ପିଲାମାନଙ୍କର ଆତ୍ମ ବିଶ୍ୱାସ ବୃଦ୍ଧି କରିବା, ଆବେଗ ନିୟନ୍ତ୍ରଣ, ସେମାନଙ୍କ ମଧ୍ୟରେ ଦେଖାଯାଉଥିବା ଲୁକ୍କାୟିତ ପ୍ରତିଭାକୁ ଚିହ୍ନଟ କରିବା, ତଥା ସେମାନଙ୍କ ଭବିଷ୍ୟତ ଯୋଜନା ନିର୍ଦ୍ଧାରଣ ପାଇଁ ପିଲାମାନଙ୍କୁ ବିଭିନ୍ନ ଦଳଗତ ଆଲୋଚନା ମାଧ୍ୟମରେ ଶିକ୍ଷା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମଟି ଶିଶୁମାନଙ୍କୁ ବହୁତ ଉତ୍ସାହିତ କରିଥିଲା । ଯାହା ଶିଶୁମାନେ ନିଜର ବ୍ୟକ୍ତିଗତ ଭବିଷ୍ୟତ ଯୋଜନା ବିଭିନ୍ନ ଗୀତ, ନୃତ୍ୟ, ଗପ, ଡ୍ରାମା, ଚିତ୍ରାଙ୍କନ ମାଧ୍ୟମରେ ପରିପ୍ରକାଶ କରିଥିଲେ । ଶିଶୁମାନେ ଏହି ବିଦ୍ୟାଳୟ ପରିବେଶକୁ ଦେଖି ଖୁସି ହେବା ସହିତ କୁରୁଲ ଗ୍ରାମ ପରିଭ୍ରମଣ କରି ଉପଭୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମଟି ଏଲ୍‌ଡବ୍ଲୁବି ଓ ଏସ୍‌କେଏନ୍‌ ସହାୟତାରେ ୱାଇସିଡିଏ ଦ୍ୱାରା ଆୟୋଜିତ ହୋଇଥିଲା । କୁରୁଲ ଉଚ୍ଚ ବିଦ୍ୟାଳୟ ଶିକ୍ଷକ, ଶିକ୍ଷୟତ୍ରୀ, ଇଂ ବବିତା ସିଂ (ପଲ୍ୟୁସନ ବୋର୍ଡ କ୍ଷେତ୍ର ଅଧିକାରୀ), ସମାଜସେବୀ ବିଷ୍ଣୁ ପ୍ରସାଦ କେଡିଆ, ପ୍ରକୃତିବନ୍ଧୁ ଦିଗାମ୍ବର ନାଏକ, ପ୍ରଧାନ ଶିକ୍ଷକ ଆନନ୍ଦ ସାହୁ, ଅରୁଣ ପ୍ରଧାନ, କାର୍ଯ୍ୟକ୍ରମ ନିର୍ଦ୍ଦେଶକ ୱାଇସିଡିଏ ଅତିଥି ଭାବେ ଯୋଗ ଦେଇଥିବା ବେଳେ ୱାଇସିଡିଏ ମୁଖ୍ୟ ସଂପାଦକ କାର୍ଯ୍ୟନିର୍ବାହି ଅଧିକାରୀ ଶିଶୁମାନଙ୍କର ଭବିଷ୍ୟତ ଗଠନ ନିମନ୍ତେ ସଂପୂର୍ଣ୍ଣ ସହଯୋଗ ପାଇଁ ପ୍ରତିଶୃତି ଦେଇଥିଲେ । ଏହାକୁ ୱାଇସିଡିଏ ବଲାଙ୍ଗିର ପରିବାରର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । ଆନନ୍ଦିନୀ ରଥ, ଜ୍ୟୋତି ପ୍ରକାଶ ରଥ ଓ ସୁବ୍ରତ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.