ଛତ୍ରପୁର ସେଣ୍ଟ-ଜାଭିୟର ପବ୍ଲିକ ସ୍କୁଲରେ କୁନିରାଇଜ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ଦିବସ ଅବସରରେ ଛତ୍ରପୁରର ଅଗ୍ରଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେଣ୍ଟ-ଜାଭିୟର ପବ୍ଲିକ ସ୍କୁଲରେ ଏକ ନିଆରା ଶିଶୁସଂସାର କାର୍ଯ୍ୟକ୍ରମ କୁନିରାଇଜ ସୋମବାର ଆୟୋଜିତ ହୋଇଥିଲା । ଶିଶୁମାନଙ୍କ ମନରେ ଉତ୍ସାହ ଭରି ନୂତନ ଜାଗରଣ ସୃଷ୍ଟି କରିଛନ୍ତି । ଯାହା ପିଲାମାନଙ୍କ ଉଦ୍ଦେଶ୍ୟରେ ଏକ ଭିନ୍ନ ପ୍ରୟାସ ଆଣିଛନ୍ତି । ଛତ୍ରପୁରର ଅଗ୍ରଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେଣ୍ଟ-ଜାଭିୟର ପବ୍ଲିକ ସ୍କୁଲରେ ଶିଶୁମାନଙ୍କ ମଧ୍ୟରେ କୁନିରାଇଜ କାର୍ଯ୍ୟକ୍ରମର ଆୟୋଜନ ଏକ ଭିନ୍ନ ପ୍ରୟାସ ଥିଲା । ଯାହାକି ସମସ୍ତ ଅଭିଭାବକଙ୍କ ମହଲରେ ଏକ ଖୁସିର ବତାବରଣ ଆଣି ସଭିଁଙ୍କ ମନରେ ଅନେକ ଉତ୍ସାହ ଭରିଦେଇଥିଲା । ବିଦ୍ୟାଳୟର ଶୈକ୍ଷିକ ପରିବେଶ, ଶିଶୁମାନଙ୍କର ଗୁଣାତ୍ମକମାନ ଓ ବୌଦ୍ଧିକ ଜ୍ଞାନ ବୃଦ୍ଧିକରିବା ସହ ଶିଶୁମାନଙ୍କୁ ସ୍ୱାବଲମ୍ବନଶୀଳ କରାଇବା ଚିନ୍ତନ ଦେଇଛନ୍ତି, ଛତ୍ରପୁରର ଏହି ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେଣ୍ଟ-ଜାଭିୟର ପବ୍ଲିକ ସ୍କୁଲର ଅଭିଭାବକଙ୍କ ମହଲରେ ଆଣିଦେଇଛି ଅନେକ ଉତ୍ସାହ ଓ ଉନ୍ମାଦନା । ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସଭିଏଁ ସାଧୁବାଦ ଜଣାଇଛନ୍ତି । ବିଦ୍ୟାଳୟର ଚେୟାରମ୍ୟାନ ବୀରସେନ ବେହେରା, ଭାଇସ-ଚେୟାରମ୍ୟାନ ସ୍ମୃତିରେଖା ବେହେରା, ଅଧ୍ୟକ୍ଷା ଭାରତୀ ଆଚାରୀ, ଉପାଧ୍ୟକ୍ଷା ନୀଲୁଫାର୍ ହୁସେନ ପ୍ରମୁଖଙ୍କ ମିଳିତ କାର୍ଯ୍ୟ ପରିଚାଳନା ବେଶ ବୋଧଗମ୍ୟ ହୋଇପାରିଛି । ବାସ୍ତବିକ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଭୂୟସୀ ପ୍ରଶଂସା ହୋଇଛି ।

Leave A Reply

Your email address will not be published.