
ଧର୍ମଗଡ଼, (ଭରତ ବିଶି) : ଦେଶର ଭବିଷ୍ୟତ କହିଲେ କୁନି କୁନି ଛାତ୍ରଛାତ୍ରୀ ଠୁ ଆରମ୍ଭ ହୁଏ । ନୁତନ ସୁର୍ୟ୍ୟଦୟ ପାଇଁ ଭାରତ ସ୍ବପ୍ନ ଦେଖିବା ସମୟରେ ହଠାତ୍ କଳା ମେଘ ଘୋଟି ଆସିଲା ପ୍ରାୟ କରୋନା କରାଳ ରୂପ ଧରି ମାଡ଼ି ଆସିଛି । ଶୁଣାଯାଇଥିଲା, ସ୍କୁଲ କଲେଜ ବନ୍ଦ ହେବ କିଛି ଦିନ ପାଇଁ । ହେଲେ ଦେଖୁ ଦେଖୁ ଦଶ ମାସ ହେଇଗଲା ସ୍କୁଲ କଲେଜ ବନ୍ଦ ହୋଇ ପଡ଼ିରହିଛି । ଲୋକେ ମନ୍ଦିର ଖୋଲିବାକୁ ବ୍ୟାକୁଳ ହେଉଥିବା ବେଳେ ବୁଦ୍ଧିଜୀବୀମାନେ ଅସଲ୍ ମନ୍ଦିର ବନ୍ଦଥିବା ଯୋଗୁଁ ଚିନ୍ତିତ ହୋଇ ପଡ଼ିଛନ୍ତି । ଅନ୍ଲାଇନ ପାଠ ପଢା ପାଇଁ ଗଣଶିକ୍ଷା ବିଭାଗ ପାଦ ଉଠାଇଲା । ପିଲାମାନଙ୍ଙ୍କ ଅନ୍ଲାଇନ ପାଠ ପଢା ପାଇଁ କିଏ ଜମି ବିକି ପିଲାକୁ ଏଣ୍ଣ୍ଡ୍ରଏଡ଼୍ ମୋବାଇଲ୍ କିଣିଦେଲା ତ’ ଆଉ କିଏ ତୁନି ହୋଇ ବସିରହିଲା । ପୁଣି ନେଟ୍ ଓ୍ୱାର୍କ ସମସ୍ୟା ଯୋଗୁଁ ସେଇଟା ବି ପାଖାପାଖଇ ବନ୍ଦ ହେଇଗଲା । ମୁଖ୍ୟମନ୍ତ୍ରୀ ପୁଣି ଘୋଷଣା କରିଦେଲେ ଯେ, କମ୍ ଛାତ୍ର ଥିବା ସ୍କୁଲ ବନ୍ଦ ହେଇଯିବ । ଆଉ ସତରେ ବନ୍ଦ କରିଦେଲେ ବି । ଯେତେବେଳେ ଗଣଶିକ୍ଷା ବିଭାଗ ତରଫରୁ ପାଠ ପଢା ପାଇଁ କିଛି ବିଚାର କରାଗଲେ, ଆମ ମୁଖିଆ ବାବୁଂକୁ ତାହା ସୁହାଉନି । ନାପସନ୍ଦ କରୁଛନ୍ତି। କଳାହାଣ୍ଡି ଭଳି ଉପାନ୍ତକୁ ଅଣଦେଖା ଆଜିର ନୁହେଁ, କାହିିଁ କେଉଁ ଅମଳରୁ ଚାଳିଛି । ଆଜି କିଏ ପଚାରେ, ଏଠି ଅନେକ ସ୍କୁଲ ବନ୍ଦ କରିଦିଆଗଲା । ଲୋକେ କହୁଛନ୍ନ୍ତି, ଆସ ଦେଖି କି ଯିବ, କଳାହାଣ୍ଡିର ସ୍କୁଲ ବନ୍ଦ କରିଥିବା ଉପାନ୍ତକୁ । ଅନଳାଇନ ପାଠ ପଢାକୁ । ଶିକ୍ଷାର ବିକାଶ ପାଇଁ ବିରୋଧୀର ତଣ୍ଟି ଶୁଖିଯାଇଛି । ଛେଳି ଚରଉଥିବା ଭଁଟାରେ ଆଉ ନାଳରେ ମାଛ ମାରେେ ହାପ ପେଣ୍ଟଟେ ପିନ୍ଧି । ପେଟକୁ ବାହାର କରି ଦେଶର ଭବିଷ୍ୟତ ସହ ଖେଳୁଛି ସରକାର, ଯାହା ଏବେ ଧୀରେ ଧୀରେ ଚର୍ଚ୍ଚାର ବିଷୟ ପାଲଟୁଛି ।
