ଓଡ଼ିଶା-ଛତିଶଗଡ଼ ସୀମାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ : ସୁରକ୍ଷାକର୍ମୀ ଦ୍ୱାରା କୁମ୍ବିଂ ଅପରେସନ ଜୋରଦାର

ନୂଆପଡା, (ନିରାକାର ମେହେର) : ଓଡ଼ିଶା-ଛତିଶଗଡ ସୀମା ନୂଆପଡା ଜିଲ୍ଲା କୋମନା ଥାନା ସୁନାବେଡା ଅଭୟାରଣ୍ୟରେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ପ୍ରାୟ ୩ ଘଣ୍ଟା ଗୁଳି ବିନିମୟ ହୋଇଥିବା ଜଣାପଡିଛି । ଏସ୍‌ଓଜି, ଡିଭିଏଫ୍, ସିଆର୍‌ପିଏଫ୍ ଯବାନଙ୍କ ମିଳିତ ଭାବେ କୁମ୍ୱିଂ ଅପରେସନ୍‌ ଜାରି ରଖିଥିବା ବେଳେ ସୁନାବେଡା ଅଭୟାରଣ୍ୟରେ ଛପିଥିବା ପ୍ରାୟ ୫୦ରୁ ୬୦ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ନୂଆପଡା ଏସ୍‌ପି ପ୍ରତ୍ୟୁଷ ଦିବାକର ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି ।

Leave A Reply

Your email address will not be published.