ସୋହେଲା ବ୍ଲକ କୁଲତା ସମାଜର ଜରୁରୀ ବୈଠକ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ସୋହେଲା ବ୍ଲକର କୁଲତା ସମାଜ ତରଫରୁ ସ୍ଥାନୀୟ ଲମ୍ବରୁପାଲି ରାମଚଣ୍ଡୀ ପିଠ ଠାରେ ଏକ ଜରୁରୀ ବୈଠକ ସମାଜର ବରିଷ୍ଠ ସଦସ୍ୟ ଅଶ୍ୱିନୀ କୁମାର ପାତ୍ରଙ୍କ ଅବାହକତ୍ୱରେ ଆୟୋଜିତ ହୋଇଯାଇଛି । ୨୦ଟି ପଂଚାୟତର ୪୦ଟି ଗ୍ରାମରୁ ମନୋନୀତ ହୋଇ ଆସିଥିବା ଶତାଧିକ ସଭ୍ୟ ଯୋଗଦେଇ କୁଲତା ସମାଜର ସାମଗ୍ରିକ ଉନ୍ନତି ସକାଶେ ନିଜର ମତାମତ ପ୍ରଦାନ କରିଥିଲେ । ସମାଜର ଯୁବ ସମାଜର ଉନ୍ନତି, ସାଂସ୍କୃତିକ ଉନ୍ନତି, ଶିକ୍ଷା ଓ ସ୍ୱାସ୍ଥ୍ୟ ତଥା ରାମଚଣ୍ଡୀ ପୀଠର ଉତ୍ତରୋତ୍ତର ବିକାଶ ପାଇଁ ଅନେକ ଗୁଡିଏ ନିଷ୍ପତ୍ତି ନିଆଯାଇଛି । ତେବେ ସମାଜର ବିଭିନ୍ନ ପଦ ପଦବୀରେ ଆସୀନ ଥିବା କେତେକ ସଭ୍ୟଙ୍କ ସ୍ୱେଚ୍ଛାଚାରୀ ବ୍ୟବହାର ସମ୍ପର୍କରେ ଉପସ୍ଥିତ ଅନେକ ବରିଷ୍ଠ ସଦସ୍ୟ ଅସନ୍ତୋଷ କରିଥିଲେ । ବିଗତ ନିର୍ବାଚନ ସମୟରେ କେତେଜଣ ପଦାଧିକାରୀଙ୍କ ରାଜନୈତିକ କାର୍ଯ୍ୟକଳାପକୁ ନେଇ ସଭାରେ ଚିନ୍ତା ପ୍ରକଟ କରାଯାଇଥିଲା । ଖିଣ୍ଡା ଠାରେ ପାରିତ କୁଲତା ସମାଜର ସମ୍ବିଧାନର ନିୟମକୁ ଏହା ବିରୁଦ୍ଧା ଚରଣ କରୁଥିବାରୁ ସର୍ବସମ୍ମତି କ୍ରମେ ଉକ୍ତ ପଦାଧିକାରୀ ମାନଙ୍କୁ ଏକ ଲିଖିତ ଅଭିଯୋଗ ପ୍ରଦାନ ପୂର୍ବକ ଆଗାମୀ ବୈଠକରେ ସେମାନଙ୍କ ମତାମତ ରଖିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସୂଚନା ମିଳିଛି । ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଭବିଷ୍ୟତ କାର୍ଯ୍ୟ ପନ୍ଥା ନିର୍ଧାରଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ଉପଲକ୍ଷେ ସମାଜର ବରିଷ୍ଠ ସଦସ୍ୟ ଯୁଗଳ କିଶୋରେ ପ୍ରଧାନଙ୍କ ସଭାପତିତ୍ୱରେ ସମସ୍ତ ପଂଚାୟତର ବରିଷ୍ଠ ସଦସ୍ୟ ମାନଙ୍କୁ ନେଇ ଏକ ଅସ୍ଥାୟୀ କମିଟି ଗଠନ କରାଯାଇ ଆଗାମୀ ପର୍ଯ୍ୟାୟର କାର୍ଯ୍ୟପନ୍ଥା ପାଇଁ ଦାୟୀତ୍ୱ ଅର୍ପଣ କରାଯାଇଛି । ସଭା ଶେଷରେ କୁଷ୍ଣଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.