ନୂଆପଡା, (କେପିଏନ୍ଏସ୍) : ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ତରବୋଡ ଗାଁରେ ବୁଲା କୁକୁରର ଆତଙ୍କ ବଢ଼ି ଚାଲିଛି । ଜଣେ ପରେ ଜଣେ ଲୋକଙ୍କୁ ବୁଲା କୁକୁର କାମୁଡି ଆହତ କରୁଛି । ତରବୋଡ ଗାଁରେ ୨୦ ଜଣରୁ ଅଧିକ ଲୋକଙ୍କୁ ଆକ୍ରମଣ କରି କାମୁଡି ସାରିଛି ଓ ତରବୋଡ଼ ସ୍ଥିତ ନବୋଦୟ ବିଦ୍ୟାଲୟ ପରିସରକୁ ମଧ୍ୟ ଯାଇ ଆକ୍ରମଣ କରିଛି । ଗୁରୁତରମାନଙ୍କୁ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । କୁକୁର କାମୁଡ଼ା ଯୋଗୁଁ ଲୋକେ ଆତଙ୍କିତ ହୋଉଛନ୍ତି । ଆଖପାଖ ଗାଁର ଲୋକେ ତରବୋଡ଼ ଗାଁ ଉପରେ ନିର୍ଭର କରିଥାନ୍ତି ହେଲେ କୁକୁର କାମୁଡ଼ା ଭୟରେ ଲୋକେ ଠେଙ୍ଗା ବାଡି ଧରି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣିବାକୁ ଆସୁଛନ୍ତି । ଏଥି ପାଇଁ ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।