କୁଚାଗାଁରେ କ୍ଲଷ୍ଟରସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ

ଜୟପାଟଣା, (ଶେଷଦେବ ବେହେରା) : କୁଚା ଗାଁ କ୍ଲଷ୍ଟରସ୍ତରୀୟ ଶିକ୍ଷକ ଏବଂ ପ୍ରଧାନ ଶିକ୍ଷକଙ୍କୁ ନେଇ ଏକ ମାସିକ ବୈଠକ ସଗୁନଭାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହେଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରେମ ନାରାୟଣ ପଣ୍ଡା, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଟିକେ ଚନ୍ଦ୍ର ମାଜି, ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା, ଅସରଫ ଅଲ୍ଲୀ, ସିଆର୍‌ସିସି ଅନନ୍ତ ନାରାୟଣ ପଣ୍ଡା, ଉପସ୍ଥିତ ଥିଲେ । କ୍ଲଷ୍ଟର୍ ର ୧୩ଟି ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ ଏବଂ ସହକାରୀ ଶିକ୍ଷକ ୩୫ ଜଣ ଭାଗ ନେଇଥିଲେ । ସଗୁନଭାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିବାକର ପଟ୍ଟନାୟକଙ୍କ ଏକ ଅଭିନବ ପ୍ରୟାସ ମାଧ୍ୟମରେ ବିଦ୍ୟାଳୟରେ ବିନା ମୂଲ୍ୟରେ, କମ୍ ମୂଲ୍ୟରେ, ଲିଖନ ପଠନ ସାମଗ୍ରୀ ପ୍ରସ୍ତୁତି, କୃଷି ଯନ୍ତ୍ରପାତି, ବୈଜ୍ଞାନିକ ଯନ୍ତ୍ରପାତି, ଆର୍ନ୍ତଜାତୀୟ ପୋଷଣ ଶସ୍ୟ, International year’s of millets ୨୦୨୩, ମଧ୍ୟାହ୍ନ ଭୋଜନ ସାମଗ୍ରୀ, ପ୍ରଦର୍ଶନୀ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲା । ଏଥିରେ ଜିଲ୍ଲାସ୍ତରରେ ଚିତ୍ର କଳା ପ୍ରଦର୍ଶନୀରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା କୃତି ଛାତ୍ର ଚନ୍ଦନ କୁମାର ମାଝିଙ୍କୁ ପୁରସ୍କୃତ କରିବା ସଙ୍ଗେ ସଙ୍ଗେ, ବୃତ୍ତି ପରୀକ୍ଷାରେ କୃତକାର୍ଯ୍ୟ ହେଇଥିବା ଛାତ୍ରୀ କୁମାରୀ ମୁକ୍ତା ନାୟକଙ୍କୁ ପୁରସ୍କୃତ କରାଯାଇ ଥିଲା, କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ସନ୍ତୋଷ ପଣ୍ଡା, ଜୟଦେବ ମାଝି, ସ୍ମୃତି ରଂଜନ ଗୌଡ଼, ପ୍ରେମାନାଞ୍ଚଲ୍ ସାହୁ, ନରୋତ୍ତମ ଦାସ ପ୍ରମୁଖ ସାଯୋଗ କରିଥିଲେ । ଶେଷରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦିବାକର ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.