ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହୋଇଥିବା ଭାଲୁଟି ଖାଦ୍ୟ ଖୋଜୁଖୋଜୁ କୂଅରେ ଖସିପଡିଲା

ନବରଙ୍ଗପୁର : ଗତକାଲି ବିଳମ୍ବିତ ରାତିରେ ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଦେଉଳା ଗାଁର ବିଭୀଷଣ ମାଳିଙ୍କ ବାଡ଼ିରେ ଥିବା ଶୁଖିଲା କୂଅରେ ଭାଲୁ ପଡ଼ିଛି । ସୂଚନା ଯୋଗ୍ୟ ଯେ, ନବରଙ୍ଗପୁର ସଦର ବ୍ଲକ୍ ଦେଉଳା ଗାଁର ବିଭୀଷଣ ମାଳିଙ୍କ ଚାଷ ଜମିରେ କିଛି ପରିବା ଚାଷ କରିବା ପାଇଁ ସେ କୂଅ ଖୋଳିଥିଲେ । କୂଅଟି ବର୍ତ୍ତମାନ ସମ୍ପୂର୍ଣ୍ଣ ଶୁଖିଲା ରହିଥିଲା । ତେବେ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହୋଇଥିବା ଭାଲୁଟି ଖାଦ୍ୟ ଖୋଜୁଖୋଜୁ ଅନ୍ଧାରରେ ସ୍ପଷ୍ଟ ଭାବେ ଦେଖି ନ ପାରି କୂଅର ଖାଲ ଭିତରକୁ ଖସିପଡ଼ିଛି । ଖବର ପାଇ ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚିଛନ୍ତି । ଉଦ୍ଧାରକାରୀ ଦଳ ପହଞ୍ଚିବା ପରେ ଭାଲୁକୁ ଉଦ୍ଧାର କରାଯିବ ବୋଲି ସୂଚନା ରହିଛି ।

Leave A Reply

Your email address will not be published.