ଏଚ୍‌ଏସ୍‌ସି ପରୀକ୍ଷାରେ କୃତିତ୍ୱ ହାସଲ କଲେ ବଲାଙ୍ଗିର ପବ୍ଲିକ ସ୍କୁଲର ଶତୀଶ କୁମାର ପତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏଚ୍‌ଏସ୍‌ସି ପରୀକ୍ଷାରେ ବଲାଙ୍ଗିର ପବ୍ଲିକ ସ୍କୁଲରୁ ସିବିଏସ୍‌ଇ କୋର୍ସରେ ୯୨ ପ୍ରତିଶତ ମାର୍କ ରଖି ଶତୀଶ କୁମାର ପତି ଉତୀର୍ଣ୍ଣ ହୋଇଛନ୍ତି । ତାଙ୍କର ଏହି ସଫଳତା ପାଇଁ ତାଙ୍କ ଆତ୍ମୀୟ ସ୍ୱଜନ ଓ ବଲାଙ୍ଗିର ସହରର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଠାରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଶତୀଶ ତାଙ୍କ ସଫଳତା ପାଇଁ ତାଙ୍କ ପିତା ମାତା ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି । ଶତୀଶ ହେଉଛନ୍ତି ବଲାଙ୍ଗିର କ୍ଲବପଡା ନିବାସୀ ତରୁଣ କୁମାର ପତି ଓ ଶ୍ରୀମତୀ ସଂଯୁକ୍ତା ପତିଙ୍କ ପୁତ୍ର ଓ ଯାଜ୍ଞସେନୀ ନାୟକଙ୍କ ପାଳିତ ପୁତ୍ର ତଥା କବି କଳାକାର ଓ ସମାଜସେବୀ ମଧୁସୂଦନ ନାୟକଙ୍କ ପାଳିତ ଭଣଜା ।

Leave A Reply

Your email address will not be published.