ଓଇଏସ୍‌ରେ ଦେଓଗାଁ ପୁଅ ଆନନ୍ଦଙ୍କ କୃତିତ୍ୱ

ଦେଓଗାଁ, (ମନୀଷ କୁମାର ସାହୁ) : ଓଡ଼ିଶା ପବ୍ଲିକ ସର୍ଭିସ୍ କମିଶନ (ଓପିଏସସି) ମାଧ୍ୟମରେ ହୋଇଥିବା ଓଡ଼ିଶା ଏଜୁକେସନ ସର୍ଭିସ୍ (ଓଇଏସ) ସ୍କୁଲ ବ୍ରାଣ୍ଡିଂ ଚାକିରି ପାଇଁ ହୋଇଥିବା ସାକ୍ଷାତକାର ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଥିଲା । ଦେଓଗାଁର ଯୁବ ପ୍ରତିଭା ଆନନ୍ଦ ବେହେରା ୮୮ ନଂ ରାଙ୍କରେ କୃତିତ୍ୱ ଅର୍ଜନ କରିଛନ୍ତି । ଦେଓଗାଁ ବ୍ଲକ ବନ୍ଧପାଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ବିଭୂତି ଭୂଷଣ ବେହେରା ଓ ପତ୍ନୀ ଡୋଲେଶ୍ୱରୀ ବେହେରାଙ୍କ ପୁତ୍ର ଆନନ୍ଦ ଦେଓଗାଁ ପଞ୍ଚାୟତ ସମିତି ହାଇସ୍କୁଲରେ ହାଇସ୍କୁଲ ଶିକ୍ଷା ଗ୍ରହଣ ପରେ ବରଗଡ଼ ସ୍ଥିତ ବିକାଶ ଜୁନିୟର କଲେଜରୁ ଯୁକ୍ତ ଦୁଇ (ବିଜ୍ଞାନ) ଏବଂ ଟିଟିଲାଗଡ ଡିଏଭି କଲେଜରୁ ବିଏମ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସିଟିଇ ବଲାଙ୍ଗିରରୁ ବିଏଡ ଡିଗ୍ରୀ ହାସଲ କରିଥିଲେ । ପରେ ଓଏସଓୟୁରୁ ପିଜି ଡିଗ୍ରୀ ଲାଭ କରିଥିଲେ । ତାଙ୍କର ସଫଳତାର ଶ୍ରେୟ ବାପା, ମା’, ଗୁରୁଜନ ଓ ତାଙ୍କର ପରିଶ୍ରମକୁ ଦେଇଛନ୍ତି । ତାଙ୍କର ଏହି ସଫଳତାରେ ଦେଓଗାଁ ଅଞ୍ଚଳରେ ଆନନ୍ଦର ଲହରୀ ଖେଳି ଯାଇଥିବା ବେଳେ ତାଙ୍କ ପରିବାର ବର୍ଗ ଓ ସାଙ୍ଗ ସାଥୀଙ୍କ ନିକଟରୁ ଶୁଭେଚ୍ଛାର ସୁଅ ଛୁଟିଛି ।

jittmm
Leave A Reply

Your email address will not be published.