jayashree

ଓଡ଼ିଶା ପ୍ରଶାସନିକ ସେବାରେ ୧୧୩ ନମ୍ବର ରଖି କୃତକାର୍ଯ୍ୟ ହେଲେ ଦଳପାଲି ଝିଅ ନୀତୁଶ୍ରୀ

ପାଟଣାଗଡ, (ଗୋରେଖନାଥ ବରିହା) : ଓଡ଼ିଶା ପ୍ରଶାସନିକ ସେବା ୨୦୨୦(ଓଏଏସ) ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ସର୍ବମୋଟ ୩୯୨ ଜଣ ପରୀକ୍ଷାର୍ଥି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେଥି ମଧ୍ୟରୁ ୧୪୮ ଜଣ ଓଡ଼ିଆ ଅଛନ୍ତି । ସେଥି ମଧ୍ୟରୁ ପାଟଣାଗଡ଼ ବ୍ଲକ ଖୁଣ୍ଟସମଲେଇ ପଞ୍ଚାୟତ ଦଳପାଲି ଗାଁର ରୁଦ୍ରମଣୀ ମେହେରଙ୍କ ଝିଅ ନୀତୁଶ୍ରୀ ମେହେର ଓଡିଶା ପ୍ରସାଶନିକ ସେବା ପରୀକ୍ଷାରେ ୧୧୩ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି । ନିତୁଶ୍ରୀ ନିଜସ୍ଵ ଉଦ୍ୟମରେ ପ୍ରଚେଷ୍ଟା ସହ କଠୋର ପରିଶ୍ରମ ଜାରି ରଖି ସେ ଏଥିରେ ସଫଳତା ପାଇବା ସହିତ ତାଙ୍କର ବାପା, ମା’, ଭାଇ ଓ ଗୁରୁଜୀ ଗୁରୁମାଙ୍କୁ ଶ୍ରେୟ ଦେଇଛନ୍ତି । ନିତୁଶ୍ରୀ ଛାତ୍ର ଜୀବନରେ ପ୍ରଥମରୁ ପଞ୍ଚମ ନିଜ ଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପଢିଥିବା ବେଳେ ଷଷ୍ଠରୁ ଦ୍ଵାଦଶ ବେଲପଡା ନବୋଦୟରେ ଅଧ୍ୟୟନ କରିଥିଲେ । +୩ ବିଜେପି ଭୁବନେଶ୍ଵରରେ ଅଧ୍ୟୟନ ପରେ ହାଇଦ୍ରାବାଦ କେନ୍ଦ୍ରିୟ ବିଶ୍ଵବିଦ୍ୟାଳୟରୁ ପିଜି ଡିଗ୍ରି ହାସଲ କରିଥିଲେ । ନୀତୁଶ୍ରୀ ଓଡ଼ିଶା ପ୍ରଶାସନିକ ପରୀକ୍ଷା ଦେବା ପାଇଁ ଅନ୍‌ଲାଇନ ମାଧ୍ୟମରେ ପଢା ଜାରି ରଖିଥିଲେ । ବାପା ଚାଷ କାମ କରିବା ସହ କୌଳିକ ବୃତ୍ତି କରିଥାନ୍ତି । ମା’ ଜଣେ ଗୃହିଣୀ ହେବା ସହିତ ବଡ଼ ଭାଇ ଅନୀଳ ଜଣେ ଶିକ୍ଷକ ଅଟନ୍ତି । ତାଙ୍କର ଏହି ସଫଳତା ଅଞ୍ଚଳରେ ଗର୍ବ ଓ ଗୌରବ ଆଣିବା ସହ ବିଭିନ୍ନ ଶୁଭେଚ୍ଛାର ସୁଅ ଛୁଟିବାକୁ ଲାଗିଛି ।

Leave A Reply

Your email address will not be published.