oom

କୃଷିରେ କୀଟନାଶକର ନିରାପଦ ବ୍ୟବହାର ଉପରେ କର୍ମଶାଳା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଶିକାବେହେଙ୍ଗା ଗ୍ରାମରେ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଏମ୍‌ଏସ୍‌ ସ୍ୱାମୀନାଥନ ସ୍କୁଲ ଅଫ୍‌ ଏଗ୍ରୀକଲଚର ପାରଳାଖେମୁଣ୍ଡି କୃଷି ବିଜ୍ଞାନର ଶେଷ ବର୍ଷର ଛାତ୍ର ପ୍ରଜ୍ଜ୍ୱଳ ଭଞ୍ଜ ଭାରତୀୟ କୃଷି ଗବେଷଣା ପରିଷଦ ପ୍ରାୟୋଜିତ ରାୱେ କାର୍ଯ୍ୟକ୍ରମ ମାଧ୍ୟମରେ ଜୈବିକ କୀଟନାଶକ ପ୍ରୟୋଗ ଏବଂ କୃଷିରେ କୀଟନାଶକର ବ୍ୟବହାର ସଂପର୍କରେ ଏକ କର୍ମଶାଳା ମାଧ୍ୟମରେ ଚାଷୀମାନଙ୍କୁ ସଚେତନ କରାଇଥିଲେ । ରାୱେର ସହସଂଯୋଜକ ଡ. ଅଶୋକ କୁମାର ଏବଂ ଗାଇଡ ଶିକ୍ଷକ ଦୁର୍ଗାଦତ୍ତ ମେହେର, ସହକାରୀ ପ୍ରଫେସର ଜେନେଟିକ୍ସ ଏବଂ ପ୍ଲାଣ୍ଟ ବ୍ଲିଡିଙ୍ଗଙ୍କ ମାର୍ଗଦର୍ଶନରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା । ଏହି କର୍ମଶାଳାରେ ଶସ୍ୟ, ଫଳ, ପନିପରିବା ପାଇଁ କୃଷକମାନେ ଅତ୍ୟଧିକ ବିଷାକ୍ତ ରାସାୟନିକ ପଦାର୍ଥର ବ୍ୟବହାର କରୁଥିବାରୁ ଆମ ଦେଶରେ ରାସାୟନିକ କୀଟନାଶକ ଔଷଧର କ୍ଷତି ବହୁମାତ୍ରାରେ ବୃଦ୍ଧି ପାଇବା ଫଳରେ ଲୋକମାନେ କର୍କଟ ଭଳି ଭୟଙ୍କର ରୋଗରେ ପୀଡିତ ହେବା ଘଟଣା ଦେଖାଯାଉଥିବା ବେଳେ ଏହି ସମସ୍ୟାକୁ ଦୂର କରିବାର ଉପାୟ ଜୈବିକ କୃଷି ମାଧ୍ୟମରେ ଶ୍ରୀ ଭଞ୍ଜ ଚାଷୀମାନଙ୍କୁ ସଚେତନ କରିଥିଲେ । କୃଷି କାର୍ଯ୍ୟରେ କୀଟନାଶକର ନିରାପଦ ବ୍ୟବହାର ପାଇଁ କଣ କରିବା ଓ କଣ ନ କରିବା ସମ୍ପର୍କରେ ଅବଧାରଣା ଦେଇଥିଲେ । ଚାଷୀ ସୁଧାମୟ ପଟେଲ, ନାଏବ ସରପଞ୍ଚ ଅଯୋଧ୍ୟାନନ୍ଦ ପଟେଲ, ଜୟପ୍ରକାଶ ପଟେଲ, ଯୋଗେଶ୍ୱର ନାଏକ, ଦୁଃଖିଶ୍ୟାମ ପଟେଲ, ଗଜେନ୍ଦ୍ର ପଟେଲ ଏବଂ ଗ୍ରାମର ଅନେକ ଚାଷୀ ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.