ବଲାଙ୍ଗିର, (କେପିଏନ୍ଏସ୍) : ଆନ୍ତର୍ଜାତୀୟ ଶୁଷ୍କାଞ୍ଚଳ କୃଷି ଗବେଷଣା କେନ୍ଦ୍ର (ଆଇକାଡା) କ୍ଷେତ୍ରୀୟ ମୁଖ୍ୟ ଶିବ କୁମାର ଅଗ୍ରୱାଲ ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସି ସଦର ବ୍ଲକ୍ ଅନ୍ତର୍ଗତ ମାୟାବର୍ହା ଗ୍ରାମକୁ ଯାଇ ଧାନର ପରବର୍ତ୍ତୀ ପଡିଆ ଜମିର ବିସ୍ତୃତ ପରିଚାଳନା ଓ ଯୋଜନା ଅନ୍ତର୍ଗତ ୩୫ ହେକ୍ଟର ପରିମିତ ମୁଗଚାଷକୁ ପରିଦର୍ଶନ କରିବା ସହିତ ସ୍ଥାନୀୟ ଚାଷୀଙ୍କ ସହିତ ଭାବ ବିନିମୟ କରିଥିଲେ । ପରେ ଦେଓଗାଁ ବ୍ଲକ୍ ଅନ୍ତର୍ଗତ ପରୁଆଭାଡ଼ି ଗ୍ରାମରେ ହରଡ ବିହନ ଉତ୍ପାଦକ ସଂଘ ସହିତ ଆଲୋଚନା କରି ହରଡର ଅଧିକ ଅମଳକ୍ଷମ ବିହନର ପ୍ରଦର୍ଶନ ଉପରେ ବିସ୍ତୃତ ବିବରଣୀ ସଂଗ୍ରହ କରିଥିଲେ । ସୂଚନାଯୋଗ୍ୟ ଯେ ଆଇକାଡା ଓ କୃଷି ବିଭାଗର ମିଳିତ ସହଯୋଗରେ ବଲାଙ୍ଗିର ଜିଲ୍ଲାରେ ୫୬୩ ହେକ୍ଟର ହରଡ ଉତ୍ପାଦନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ପରିଦର୍ଶନ ସମୟରେ ଆଇକାଡାର ରାଜ୍ୟ ସଂଯୋଜକ ଡ. କିଶୋର ବେହେରା ଓ ଜିଲ୍ଲା ସଂଯୋଜକ ବିଜୟ ଶତପଥୀ ଉପସ୍ଥିତ ଥିଲେ ।