ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ୧୦ଟା ସମୟରେ ଦେଓଗାଁ ବ୍ଳକ ହାତୀସରା ପଞ୍ଚାୟତର ହାତୀସରା ଗାଁରେ ମୃତ୍ତିକା ସ୍ୱାସ୍ଥ୍ୟ ଓ ତାର ପରିଚାଳନା ସମ୍ବନ୍ଧୀୟ ସଚେତନତା ଶିବର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଦେଓଗାଁ ବ୍ଳକ କୃଷି ଅଧିକାରୀ ବାବାଜୀ ସେଠୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ବିଏଓ (ମୃତ୍ତିକା) ବିମ୍ବାଧର ସାହୁ ତାଳିମ ପ୍ରଦାନ କରିଥିଲେ । ଚାଷୀମାନଙ୍କୁ ତାଲିମରେ ପରାମର୍ଶ ଦେଇଥିଲେ ଯେ, ଚାଷ କରିବା ପୂର୍ବରୁ ମାଟିକୁ ସଠିକ ଭାବେ ପରୀକ୍ଷା କରିବା ଉଚିତ । ପରୀକ୍ଷା କରିବା ପରେ ଚାଷ କଲେ କେଉଁ ପ୍ରକାର ଚାଷ ପାଇଁ ମାଟି ଉପଯୋଗୀ ଜଣାପଡ଼ିବା ସହ ଚାଷ ପୂର୍ବରୁ ପରୀକ୍ଷା କଲେ ଚାଷ ଊନ୍ନତମାନର ହୋଇ ପାରିବ ବୋଲି ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ । ମାଟି ପରୀକ୍ଷା କରିବା ପାଇଁ ଚାଷୀ କଣ କରିବେ ସେଥିପାଇଁ ମାର୍ଗ ଦର୍ଶନ କରିଥିଲେ ।
ଏହି ତାଲିମ କାର୍ଯ୍ୟକ୍ରମରେ ଦେଓଗାଁ ବ୍ଳକ ଏ.ଓ ଅମୂଲ୍ୟ ବେହେରା, ଗ୍ରାମ୍ୟ କୃଷି କର୍ମି କୋକିଳ ନାଏକ, ମନୀଶ ପଧାନ, ପ୍ରାଣବନ୍ଦୁ ରାଉତ, ପ୍ରଶାନ୍ତ ବହିଦାର ପ୍ରମୁଖ ତାଲିମ ପ୍ରଦାନରେ ସହଯୋଗ କରିଥିଲେ । ଏହି ତାଲିମ କାର୍ଯ୍ୟକ୍ରମରେ ହତୀସରା ପଞ୍ଚାୟତର ପ୍ରାୟ ୩୦ଜଣ ଚାଷୀ ଭାଗ ନେଇଥିବା ବେଳେ ହତୀସରା ଗାଁର ବରିଷ୍ଟ ଚାଷୀମାନେ ତାଲିମ ଗ୍ରହଣ କରିଥିଲେ ।