ଦିଲ୍ଲୀ ବୁକ୍ ଅଫ୍‌ ରେକର୍ଡରେ ସ୍ଥାନ ପାଇଲେ ଆନ୍ତର୍ଜାତୀୟ ମାଷ୍ଟର କ୍ରୀଡାବିତ୍ ଡ. ସନ୍ତୋଷ କୁମାର ପଧାନ

ବରଗଡ଼, (ନିରୋଜ କୁମାର ପାଣୀ) : ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ମାଷ୍ଟର ଆଥଲେଟିକ୍ସ ଖେଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଦେଶ, ରାଜ୍ୟ ତଥା ନିଜ ଜିଲ୍ଲା ପାଇଁ ଶହେରୁ ଅଧିକ ପଦକ ହାସଲ କରିଥିବା ଡ. ସନ୍ତୋଷ କୁମାର ପଧାନଙ୍କୁ ଦେଶର ରାଜଧାନୀ ନୂଆଦିଲ୍ଲୀ ଠାରେ ଡି. ବି. ଆର୍ କାର୍ଯ୍ୟାଳୟର ସି. ଇ. ଓଙ୍କ ଦ୍ଵାରା ଆନ୍ତର୍ଜାତୀୟ ମାଷ୍ଟର କ୍ରୀଡାବିତ୍ ଡ. ସନ୍ତୋଷ କୁମାର ପଧାନଙ୍କୁ ଦିଲ୍ଲୀ ବୁକ୍‌ ଅଫ୍‌ ରେକର୍ଡରେ ଏକ ଡିବିଆର୍‌ ମେଡାଲ, ପ୍ରମାଣ ପତ୍ର ସହିତ ଏକ ଡିବିଆର୍‌ ଟ୍ରଫି ପ୍ରଦାନ କରାଯାଇଛି । ପ୍ରକାଶ ଥାଉକି ଯେ ପୂର୍ବରୁ ଡ. ପଧାନ କମ୍ ବର୍ଷ ବ୍ୟବଧାନରେ ନିଜର ବ୍ୟକ୍ତିଗତ ଇଭେଣ୍ଟରୁ ଶ୍ରୀଲଙ୍କା, ବାଙ୍ଗଲାଦେଶ, ନେପାଳ, ଭୁଟାନ୍, ମାଲେସିଆ, ଥାଇଲାଣ୍ଡ, ସିଙ୍ଗାପୁର, ସରବକ ପ୍ରଭୃତି ଦେଶ ଗୁଡିକରେ ଉଭୟ ମାଷ୍ଟର ଗେମ୍ ଏବଂ ମାଷ୍ଟର ଆଥଲେଟିକ ଚାମ୍ପିଅନ୍ ପ୍ରତିଯୋଗିତାରେ ୩୫ରୁ ଅଧିକ ପଦକ ହାସଲ କରି ଏକ ବିରଳ ରେକର୍ଡ ସୃଷ୍ଟି କରିଥିଲେ । ଏଥିପାଇଁ ଡ. ସନ୍ତୋଷ କୁମାର ପଧାନଙ୍କୁ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ, ରାଷ୍ଟ୍ର ପ୍ରେରଣା ଆୱାର୍ଡ, ବଙ୍ଗ ଗୌରବ ସମ୍ମାନ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆଇକନ ଆୱାର୍ଡ, ଇଣ୍ଟରନ୍ୟାସନାଲ ଏଚିଭର୍ସ ଆୱାର୍ଡ, ଓଡିଶା ଗୌରବ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଆଗକୁ ଏସିଆନ୍ ମାଷ୍ଟର ଆଥଲେଟିକ ଚମ୍ପିଆନସିପ୍ ଥିବାରୁ ନିଜକୁ ପ୍ରସ୍ତୁତ କରିବା ସହିତ ପୁଣି ଦେଶ ପାଇଁ ଗୌରବ ହାସଲ କରି ଗିନିଜ୍ ବୁକ୍‌ ଅଫ୍‌ ରେକର୍ଡ ପାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

Leave A Reply

Your email address will not be published.