ରାଉରକେଲା, (ସସ୍ମିତା ପ୍ରଧାନ) : ଏନ୍ଆଇଟି ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ଦ୍ୱିତୀୟ କ୍ରୀଡା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ପି. ନିରଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ରାଉରକେଲା ବନାଞ୍ଚଳର ମୁଖ୍ୟ ଯଶୋବନ୍ତ ସେଠୀ ମୁଖ୍ୟ ଅତିଥି, ବିଦ୍ୟାଳୟର ଚେୟାରମେନ ତଥା ଏନ୍ଆଇଟିର ନିର୍ଦ୍ଦେଶକ ପ୍ରଫେସର କେ. ଉମା ମହେଶ୍ୱର ରାଓ , ରେଜିଷ୍ଟ୍ରାର ପ୍ରଫେସର ରୋହନ ଧୀମାନ, ଡିନ ପ୍ରଫେସର ରାଜୀବ ପଣ୍ଡା, ବନ୍ଧମୁଣ୍ଡା କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷା ହେମଲତା ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ଶିକ୍ଷା ସହ କ୍ରୀଡା ଓ କ୍ରୀଡା ମାଧ୍ୟମରେ କିପରି ନିଜ ଭିତରେ ଐକ୍ୟବଦ୍ଧତା ଓ ଭାଇଚାରା ବଜାୟ ରହିବ ତଥା କ୍ରୀଡ଼ାର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଯଥା ବେଲୁନ ଫୁଟେଇବା, ବେଙ୍ଗ ଦୌଡ, ୧୦୦ ମିଟର ଦୌଡ, ରିଲେ ରେସ୍, କବାଡି, ଗୃପ ପାଇଁ ରସିରେ ବଳ କଷାକଷି, ଚାମଚ ଗୋଲି ଦୌଡ, ମହିଳା ଷ୍ଟାଫ ଓ ମହିଳା ଅଭିଭାବକଙ୍କୁ ନେଇ ପ୍ରତିଯୋଗିତା ତଥା ଅତିଥି ଓ ଏନ୍ଆଇଟି ପ୍ରଫେସରଙ୍କୁ ନେଇ ବାଲାନ୍ସ ଦୌଡ଼ ପ୍ରତିଯୋଗିତା କରାଯାଇ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଅଧ୍ୟକ୍ଷା ପି. ନିରଜା ସଭାପତିତ୍ୱ ଅଭିଭାଷଣ ସହ ବାର୍ଷିକ ବିବରଣୀ ପାଠ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ନର୍ମଦା ସାହୁଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।
Next Post