ଜାତୀୟ କ୍ରୀଡା ଦିବସ ଅବସରରେ ଓଡ଼ିଶା ମିଲେଟ୍ ମିଶନ ଦ୍ୱାରା ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତୀୟ କ୍ରୀଡା ଦିବସ ଓ ଆନ୍ତର୍ଜାତିକ ମିଲେଟ୍ ବର୍ଷ ପାଳନ ଅବସରରେ ଓଡ଼ିଶା ମିଲେଟ୍ ମିଶନ ଦ୍ୱାରା ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଟାଉନ ହାଇସ୍କୁଲ୍ ପଡିଆରେ ହକି, କରାଟେ ଏବଂ ଆର୍. ଏନ୍. ସିଂଦେଓ ସ୍ପୋର୍ଟସ କମ୍ପ୍ଲେକ୍ସରେ ଫେନ୍ସିଁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କ୍ରୀଡ଼ା ଅଧିକାରୀ ପରାଶର ବାଗ, ଟାଉନ୍ ହାଇସ୍କୁଲ୍‌ର ପ୍ରଧାନ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ସର୍ବମୋଟ୍ ୧୨୨ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଉଦ୍‌ଯାପନୀ ଉତ୍ସବରେ ଓଡିଶା ମିଲେଟ୍ ମିଶନର ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ସୁନନ୍ଦା ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ମିଲେଟ୍ ଜାତୀୟ ଖାଦ୍ୟ ଖାଇବା ପାଇଁ ଉତ୍ସାହିତ କରିଥିଲେ ଏବଂ ପୁରସ୍କାର ବିତରଣ କରିଥିଲେ । ସଭା ଶେଷରେ ପ୍ରତିଯୋଗୀମାନଙ୍କୁ ମିଲେଟ୍‌ରେ ତିଆରି ସୁସ୍ୱାଦୁ ଟିଫିନ୍ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.