ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲା କ୍ରୀଡ଼ା ସଂସଦ ଆନୁକୁଲ୍ୟରେ ବରଗଡ଼ ଜିଲ୍ଲା କ୍ରୀଡା ପ୍ରତିଯୋଗିତା ଆସନ୍ତା ୬ ଓ ୭ ତାରିଖ ଦୁଇ ଦିନ ଧରି ସ୍ଥାନୀୟ ମିନି ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏଥିରେ ଭାଗ ନେବାକୁ ଥିବା ପ୍ରତିଯୋଗୀମାନେ ନିର୍ଦ୍ଧାରିତ ଦିବସରେ ସକାଳ ୭ ଘଣ୍ଟା ସମୟରେ ଷ୍ଟାଡିୟମରେ ନିଜର ଆଧାର କାର୍ଡ ସହ ଉପସ୍ଥିତ ରହିବାକୁ ଜିଲ୍ଲା କ୍ରୀଡା ସଂସଦର ସମ୍ପାଦକ କିଶୋର କୁମାର ମିଶ୍ର ଓ କ୍ରୀଡା ସମ୍ପାଦକ ହରଦୀପ ସିଂ ଜଣାଇଛନ୍ତି ।