ବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଖଗସା ଠାରେ ହକି ଯାଦୁଗର ଧ୍ୟାନଚାନ୍ଦଙ୍କ ଜନ୍ମଦିନ ଉପଲକ୍ଷେ ଜାତୀୟ କ୍ରୀଡା ଦିବସ ପାଳିତ ହେଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀରାମ ଭୋଇ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ଧ୍ୟାନଚାନ୍ଦଙ୍କ ଖେଳର କୌଶଳ, କଠିନ ପରିଶ୍ରମ ଓ ହକି ଖେଳ ଉପରେ ତାଙ୍କର ଅବଦାନ ବିଷୟରେ ଛାତ୍ରଛାତ୍ରୀଙ୍କୁ ଆଲୋକପାତ କରିଥିଲେ । ସଂସ୍କୃତ ଶିକ୍ଷୟିତ୍ରୀ ସୌମ୍ୟାସୁରଞ୍ଜନା ନାୟକ ଧ୍ୟାନଚାନ୍ଦଙ୍କ ଜୀବନୀ ଉପରେ କିଛି ବକ୍ତବ୍ୟ ରଖିଥିଲେ । ଧ୍ୟାନଚାନ୍ଦଙ୍କ ଉପରେ ଛାତ୍ରଛାତ୍ରୀ ମାନେ ମଧ୍ୟ ଭାଷଣ ପ୍ରଦାନ କରିଥିଲେ । ପରିଶେଷରେ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ନନ୍ଦ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ପରେ ଛାତ୍ରୀମାନଙ୍କୁ ନେଇ ଏକ ଆନ୍ତଃଶ୍ରେଣୀ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କବାଡି ଖେଳକୁ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ଓ ଜ୍ୟୋତିକାନ୍ତ ବନିଆ ପରିଚାଳନା କରିଥିଲେ । ଶିକ୍ଷକ ସୁମନ୍ତ ସାହୁ, ରାଜେଶ କୁମ୍ଭାର, ପୀତବାସ ସାହୁ, ଆଶିଷ କୁମ୍ଭାର, ଶିକ୍ଷୟିତ୍ରୀ ସୀମା ମୁଗ୍ରୀ କାର୍ଯ୍ୟୃକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.