ବଲାଙ୍ଗିର ଜିଲ୍ଲା ହକି ସଂଘର ଜାତୀୟ କ୍ରୀଡା ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଏବିଏସ୍‌ଏସ୍‌ କ୍ଲବ ପରିସରରେ ଗତକାଲି ଜିଲ୍ଲା ହକି ସଂଘ ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ତଥା ଜାତୀୟ କ୍ରୀଡା ଦିବସ ପାଳନ କରିଛି । ସଂଘର ସଭାପତି ବେଳାଳ ସିଂ ଭୋଇଙ୍କ ଅଧ୍ୟକ୍ଷତା ତଥା ସମ୍ପାଦିକା ଆନନ୍ଦିନୀ ଦର୍ଜିଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ରୂପେ ଲୋଇସିଂହା ପୂର୍ବତନ ବିଧାୟକ ରମାକାନ୍ତ ସେଟ୍‌ ଯୋଗଦାନ କରି ଧ୍ୟାନଚାନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ଜଳନ ସହ ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ରୂପେ ପ୍ରମେୟ କେବିକେ ମୁଖ୍ୟ ଅଖିଳ ଚନ୍ଦ୍ର ହୋତା, ଅବସରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ ଚନ୍ଦ୍ର ପରିଚ୍ଛା, ସାମ୍ବାଦିକ ଗୋପବନ୍ଧୁ ଶତପଥି ଯୋଗଦାନ କରି ସମାରୋହର ଉଦ୍ଦେଶ୍ୟ ସଂପର୍କରେ ନିଜସ୍ୱ ବକ୍ତବ୍ୟ ରଖିଥିଲେ । ମୁଖ୍ୟବକ୍ତା ଭାବେ ଜିଲ୍ଲା କ୍ରୀଡା ସଂସଦର ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର ଧ୍ୟାନଚାନ୍ଦଙ୍କ ଅଦ୍‌ଭୁତପୂର୍ବ କ୍ରୀଡା ଦକ୍ଷତା ସଂପର୍କରେ ବିସ୍ତୃତ ରୂପେ ବକ୍ତବ୍ୟ ରଖି ଜିଲ୍ଲାରେ ହକି ଖେଳ ପ୍ରତି ଖେଳାଳୀମାନଙ୍କୁ ଅଧିକ ସଂଖ୍ୟାରେ ଆକୃଷ୍ଟ କରାଇବା ସକାଶେ ଆହ୍ୱାନ କରିଥିଲେ । ପରେ ପରେ ସଂପାଦିକାଙ୍କ ଅନୁରୋଧ କ୍ରମେ ଉପସ୍ଥିତ ସଦସ୍ୟମାନଙ୍କ ମଧ୍ୟରୁ ଜୟରାମ ମିଶ୍ର, ଦେବରାଜ ସାଏ, ଦ୍ୱାରିକା ନାଥ ପଟେଲ ସମାରୋହ ଆୟୋଜନ ଉପରେ ନିଜସ୍ୱ ମତ ଉପସ୍ଥାପନ କରିଥିଲେ । ସଂଘର ବରିଷ୍ଠ ସଭ୍ୟ ପ୍ରଭାକର ମିଶ୍ର, କୋଷାଧ୍ୟକ୍ଷ ସୁକାନ୍ତ ପୁରୋହିତ, ପୂର୍ବତନ ସଭାପତି ସମୀର ଚନ୍ଦ୍ର ସାହାଣୀ ପ୍ରମୁଖ ସହଯୋଗ କରିଥିଲେ । ସଂଘର ଉପଦେଷ୍ଟା ପଦ୍ମଚରଣ ଆଚାର୍ଯ୍ୟ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.