centurian jitm

ଭୂତିଆରବାହାଲ ହାଇସ୍କୁଲରେ ବାର୍ଷିକ କ୍ରୀଡା

nschool

ଦେଓଗାଁ, (ମନୀଷ କୁମାର ସାହୁ) : ସଚ୍ଚିଦାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ ଭୂତିଆରବାହାଲରେ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ୨ଦିନ ଧରି ଅନୁଷ୍ଠିତ ଏହି କ୍ରୀଡା ଉତ୍ସବରେ ବିଭିନ୍ନ ଖେଳ ଦୁଇଟି ବିଭାଗ ଅନୁଯାୟୀ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଭୁତିଆରବାହାଲ ମୋ ସ୍କୁଲ ପରିଚାଳନା ସମିତିର ସଭାପତି ଚିନ୍ତାମଣି ଚୌଧୁରୀ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପୁଷ୍ପାଞ୍ଜଳି ଭୋଇ ପତାକା ଉତ୍ତୋଳନ କରି ଉଦ୍‌ଘାଟନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସିକତା ପଟେଲ କ୍ରୀଡାର ଉଦ୍ଦେଶ୍ୟ ଶୃଙ୍ଖଳା ସମ୍ବନ୍ଧୀୟ ତଥ୍ୟ ପ୍ରଧାନ କରିଥିଲେ । ସର୍ବମୋଟ ୩୬ଟି ଖେଳରେ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥାଏ । କ୍ରୀଡା ଶିକ୍ଷକ ଜନାର୍ଦ୍ଦନ ସାହୁ ଉଭୟ କନିଷ୍ଠ ଓ ସର୍ବ କନିଷ୍ଠ ବାଳକ ଏବଂ ବାଳିକା ବିଭାଗର କ୍ରୀଡା ପରିଚାଳନା କରିଥିବାସ ବେଳେ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଅଣ ଶିକ୍ଷକ କର୍ମଚାରୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!