oom

ରମ୍ଭା ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ କ୍ରୀଡା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପ୍ରତି ବର୍ଷ ପରି ଚଳିତ ବର୍ଷ ଜାତୀୟ ସ୍ତରରେ ଅଗଷ୍ଟ ୨୯କୁ ସମଗ୍ର ଦେଶ ଜାତୀୟ କ୍ରୀଡା ଦିବସ ପାଳନ କରୁଥିବା ବେଳେ ଅନୁରୂପ ଭାବେ ରମ୍ଭା ଉଚ୍ଚ ବିଦ୍ୟାଳୟ ପରିସରରେ ହକି କିମ୍ବଦନ୍ତୀ ଧ୍ୟାନଚାନ୍ଦ ଜନ୍ମ ଦିବସ ଅବସରରେ ସ୍ଥାନୀୟ ବିଦ୍ୟାଳୟ ପରିସରରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା କରାଯାଇଥିଲା । ତତ୍‌ ସଙ୍ଗେ ସଙ୍ଗେ ବକୃତା, ପ୍ରବନ୍ଧ, ଚିତ୍ରାଙ୍କନ, ସମେତ ଅନେକ ପ୍ରତିଯୋଗିତା ହୋଇଥିଲା । ବିଭିନ୍ନ ପ୍ରତିଯୋଗିତାର ଦାୟିତ୍ୱ ନିର୍ବାହ କରିଥିଲେ କ୍ରୀଡା ଶିକ୍ଷକ ଅଜିତ କୁମାର ବେହେରା । ଆୟୋଜିତ କାର୍ଯ୍ୟକ୍ରମରେ ମଞ୍ଚାସୀନ ବ୍ୟକ୍ତିମାନେ ଜାତୀୟ କ୍ରୀଡା ଦିବସ ଅବସରରେ ଅଭିଭାଷଣ ମାଧ୍ୟମରେ ବିଭିନ୍ନ ବକ୍ତା ତାପର୍ଯ୍ୟ, ହକି କିମ୍ବଦନ୍ତୀଙ୍କ ଜନ୍ମ ଦିବସ କାହିଁକି ପାଳନ କରାଯାଉଛି ତା’ ଉପରେ ସାରଗର୍ଭକ ଆଲୋଚନା ଓ ପର୍ଯ୍ୟାଲୋଚନା କରିଥିଲେ । ଏଥି ସହିତ ସେ ସମୟରେ କୁତ୍ରିମ ଆଲୋକ ବା ଫ୍ଲଡ ଲାଇଟର ସୁବିଧା ନ ଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହୋଇ ନିଷ୍ଠା ଓ ଅକ୍ଲାନ୍ତ ପରିଶ୍ରମ କରି ଜାତୀୟ ସ୍ତରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଜି ସେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବିବେଚିତ । କାର୍ଯ୍ୟକ୍ରମରେ ସ୍ୱଶିକ୍ଷାନୁଷ୍ଠାନର ଅଷ୍ଟମ ଶ୍ରେଣୀର ଛାତ୍ରୀ କୁମାରୀ ଜୁଲି ବେହେରା କ୍ରିକେଟ ଖେଳରେ ପରାକାଷ୍ଠା ଦେଖାଇ ରାଜ୍ୟସ୍ତରରେ ଗୌରବ ଅଣିଥିବାରୁ ସ୍ଥାନୀୟ ଶିକ୍ଷାନୁଷ୍ଠାନ ପକ୍ଷରୁ ସିଲ୍‌ଡ ଓ ସାର୍ଟିଫିକେଟ ସହ ଟ୍ରଫି ପ୍ରଦାନ କରାଯାଇଥିଲା । ତତ୍‌ ସହିତ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀମାନଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ପ୍ରଧାନ ଶିକ୍ଷକ ଗୋପୀନାଥ ବେହେରା, ଅଭିରାମ ସାହୁ, ରଜତ କୁମାର ପାଢ଼ୀ, ଜଗବନ୍ଧୁ ପ୍ରଧାନ, ମଧୁସୂଦନ ସାହୁ, ଶ୍ରୀୟାଦେବୀ ସ୍ୱାଇଁ, ଶୁଭଶ୍ରୀ ସାରଳା ପରିଡା, ଅନିତା ଜେନା, ରାମିତ୍ରୀ ଶବର, ରୋଜାଲିନ ମହାପାତ୍ର, ବିଶ୍ୱେଶ୍ୱରୀ ଦାଶ, ଜ୍ଞାନ ରଞ୍ଜନ ମହାପାତ୍ର, ରମେଶ ଚନ୍ଦ୍ର ନାୟକ ପ୍ରମୁଖ କର୍ମଚାରୀ ବୃନ୍ଦ ।

jittmm
Leave A Reply

Your email address will not be published.