ଲାୟନ୍ସ ଭୋକେସନାଲ ପବ୍ଲିକ ସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଘାଟିତ

ପାଟଣାଗଡ଼, (ସଦାଶିବ ସରାଫ) : ପାଟଣାଗଡ଼ ସ୍ଥିତ ସର୍ବପୁରାତନ ଘରୋଇ ସ୍କୁଲ ଲାୟନ୍ସ ଭୋକେସନାଲ ପବ୍ଲିକ ସ୍କୁଲ ପରିସରରେ ବାର୍ଷିକ କ୍ରୀଡା ଉତ୍ସବ ଉତ୍ସାହ ଉଦ୍ଦୀପନା ସହ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡା ଉତ୍ସବକୁ ସ୍କୁଲର ସଭାପତି ତଥା ଲାୟନ୍ସ କ୍ଲବର ସଭାପତି କେଶବ ଛାପାଡ଼ିଆ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ପ୍ରଥମେ ସ୍କୁଲର ଛାତ୍ରଛାତ୍ରୀମାନେ ମଶାଲ ଧରି ଖେଳ ପଡ଼ିଆରେ ବୁଲାଇ ସ୍କୁଲ ସଭାପତିଙ୍କୁ ହସ୍ତାନ୍ତର କରିବା ପରେ କ୍ରୀଡା ପତାକାକୁ ଉତ୍ତୋଳନ କରିଥିଲେ । ଏହି ଉତ୍ସବରେ ସ୍କୁଲର ସମ୍ପାଦକ ତଥା ଲାୟନ୍ସ କ୍ଲବର ସମ୍ପାଦକ ସୁନୀଲ ଅଗ୍ରୱାଲଙ୍କ ସହ ପବ୍ଲିକ ସ୍କୁଲର ପ୍ରିନ୍ସପାଲ ନାରାୟଣ ପଟନାୟକ, ଭାଇସ ପ୍ରିନ୍ସପାଲ ଅରୁଣା ନନ୍ଦ ଓ ସ୍କୁଲର ଡ଼ାଇରେକ୍ଟର ପ୍ରତିସ ସିଦ୍ଧେଶ୍ୱର ମଞ୍ଚାସୀନ ଥିଲେ । ପୂର୍ବରୁ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗଣେଶ ବନ୍ଦନା ଗାନ କରାଯାଇ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି ଉତ୍ସବରେ ଅଭିବାବକ, ଛାତ୍ରଛାତ୍ରୀ, ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କ ସହ ପରିଚାଳନା ସଭ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.