oom

୨୬ତମ ସର୍ବ ଭାରତୀୟ ଛିନ୍ଦେଇକେଲା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ : କଣ୍ଟାବାଞ୍ଜି ଫ୍ରେଣ୍ତସ୍ କ୍ଲବ ଫାଇନାଲରେ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଛିନ୍ଦେଇକେଲା ଚନ୍ଦ୍ରଶେଖର ଷ୍ଟାଡିୟମରେ ଚାଳିଥିବା ୨୬ ମେସବି ଭାରତୀୟ ଛିନ୍ଦେଇକେଲା କପି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଶନିବାର ଦିନ ପ୍ରଥମ ସେମି ଫାଇନାଲ ଖେଳରେ କଣ୍ଟାବାଞ୍ଜି ଫ୍ରେଣ୍ତସ କ୍ଲବ ବଲାଙ୍ଗିରର ୱାଇ ଏସସିଏ ଦଳକୁ ୮୮ ରନରେ ପରାସ୍ତ କରି ଫାଇନାଲକୁ ଉନ୍ନୀତ ହୋଇଛି । କଣ୍ଟାବାଞ୍ଜି ଦଳ ଟସ ଜିତି ପ୍ରଥମେ ବ୍ଯାଟିଙ୍ଗ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୮୭ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ରୁଦ୍ର ବାଗ ୭୩, ଜିତେଶ ବଗର୍ତ୍ତୀ ୩୨ ଓ ଅମିତ ଜୁଏଡ ୨୩ ରନ କରିଥିଲେ । ବଲାଙ୍ଗିର ଦଳ ପକ୍ଷରୁ ବିଜ୍ଞାନ ମିଶ୍ର, ହର୍ଷ ସିଂହ ଓ ମାଗର ଡୋଗାର । ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଦ୍ବିତୀୟ ବ୍ଯାଟିଙ୍ଗ କରି ବଲାଙ୍ଗିର ଦଳ । ସମସ୍ତ ୱିକେଟ ହରାଇ ମାତ୍ର ୯୯ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ମାନସ ମିଶ୍ର ୨୧, ବିଜ୍ଞାନ ମିଶ୍ର ୧୮ ଓ ଧର୍ମେନ୍ଦ୍ର ମିଶ୍ର ୧୭ ରନ କରିଥିଲେ । କଣ୍ଟାବାଞ୍ଜି ଦଳ ପକ୍ଷରୁ ରୁଦ୍ର ବାଗ ୩, ଗଣେଷ ହଂସ ୨ ଓ ରିତେଶ ମହାନ୍ତ ୨ଟି ୱିକେଟ ଦେଇ ଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ଖେଳ ଶିକ୍ଷକ ହେମସାଗର ସାହୁ ଓ ଆରଏସସିସି ସଭାପତି ଆନନ୍ଦ ସାହୁ ଯୋଗଦେଇ କଣ୍ଟାବାଞ୍ଜି ଦଳର ୭୩ ରନ ସଂଗ୍ରହ କରିଥିବା ବ୍ଯାଟସ ମ୍ଯାନ ରୁଦ୍ର ବାଗଙ୍କୁ ମ୍ଯାନ ଅଫ ବି ମ୍ଯାଚ ପୁରସ୍କାର ପ୍ରଦାନ କରିଥିଲେ । ଖେଳ ପରିଚାଳନା କରିଥିଲେ ବିସିସିଆଇ ଅମ୍ପାୟାର ମହେଶ ମୁନସି ଓ ଓ ସିଏ ଅମ୍ପାୟାର ସୁଶାନ୍ତ ପାଣିଗ୍ରାହୀ । ସ୍କୋରର ଦାୟିତ୍ୱ ତୁଲାଇ ଥିଲେ ଧିରେନ ଧରୁଆ ଓ ରୂପକ ସେଠ । ସେହିପରି ଧାରା ବିବରଣୀ ପ୍ରଦାନ କରିଥିଲେ କାର୍ତ୍ତିକ ନିଆର ଓ ରମେଶ ସାହୁ । ଆସନ୍ତା କାଲି ରବିବାର ଦିନ ଗ୍ରୁପ ବି’ର ପ୍ରଥମ ମ୍ଯାଚ ବରଗଡ଼ ବ୍ମୁ ଡାଇମଣ୍ତ ଓ ଖପ୍ରାଖୋଲ ଜେପିସିଟି ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ ।

jittmm
Leave A Reply

Your email address will not be published.