ଭଙ୍ଗାହେଲା ବ୍ରହ୍ମପୁରର ଐତିହାସିକ ଗିରି ମାର୍କେଟ କୋଠା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଗତକାଲି ଉଚ୍ଛେଦ ଆରମ୍ଭ ହୋଇ ଭଙ୍ଗାହେଲା ବ୍ରହ୍ମପୁରର ଐତିହାସିକ ଗିରି ମାର୍କେଟ କୋଠା । ମାଟିରେ ଲୀନ ହୋଇଗଲା ପୁରୁଣା ଇତିହାସ । ଦୀର୍ଘ ବର୍ଷ ଧରି ବ୍ରହ୍ମପୁର ସହରର ଏକ ଜଣାଶୁଣା ନାମ ଭାବେ ପରିଚିତ ଥିବା ଗିରି ମାର୍କେଟ କୋଠା କିଛିଦିନ ମଧ୍ୟରେ ମାଟିରେ ମିଶିବ ବୋଲି ସମସ୍ତେ ଭାବିଥିଲେ । ଏହି କୋଠା ଦୀର୍ଘ ବର୍ଷ ଧରି ବ୍ରହ୍ମପୁର ସହରରେ ନିଜର ପରିଚୟ ରଖିଥିବା ବେଳେ ବର୍ତ୍ତମାନ ଏହି କୋଠା କେବଳ ପୁରୁଣା ଆଲବମ୍‌ରେ ହିଁ ଚିତ୍ରରେ ଦେଖାଦେବ ବୋଲି ଆଲୋଚନା ହେଉଛି । ବର୍ତ୍ତମାନ ଏହି ଗିରି ମାର୍କେଟ କୋଠା ଇତିହାସ ପାଲଟିଗଲା । କୋଠା ବିପଦ ସଂକୁଳ ଅବସ୍ଥାରେ ଥିବା ନେଇ ପ୍ରଶାସନ ପକ୍ଷରୁ କୁହାଯିବା ପରେ ବର୍ତ୍ତମାନ ଏହି ପୁରୁଣା କୋଠାକୁ ଭାଙ୍ଗି ଚୁର୍‌ମାର କରାଯାଇଛି । ସହରର ଏହିପରି ଆଉ ଏକ କୋଠା ଥିଲା । ଯାହା ଓଡିଶାର ସର୍ବପୁରାତନ ଫିଲ୍ମ ହଲ୍‌ ଏସ୍‌ଏସ୍‌ଭିଟି ସିନେମା ହଲ କୋଠା ବି ଇତିହାସ ପାଲଟି ଯାଇଛି । ଏହି କୋଠାକୁ ମଧ୍ୟ ଭାଙ୍ଗି କିଛି ବର୍ଷ ପୂର୍ବେ ଚୁର୍‌ମାର୍‌ କରାଯାଇ ମାଟିରେ ମିଶାଇ ଦିଆଯାଇଛି । ସହରର ଏହିଭଳି କିଛି ସ୍ମୁତି ହଜିଯାଉଛି ।

Leave A Reply

Your email address will not be published.