oom

କୋଶଲ ଭାରତୀ ପକ୍ଷରୁ କୋଶଲି କବିତା ଆସର୍ ଆୟୋଜିତ

jsmm

ଗାଇସିଲାଟ, (ପୁସ୍ତମ୍ ଯୁଆଡି) : ବରଗଡ଼ ଜିଲ୍ଲା ଗାଇସିଲାଟ ବ୍ଲକର କୋଶଲ ଭାରତୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଗୁଗୁଲ ମିଟ୍ ମାଧ୍ୟମରେ ଏକ ଅନ୍‌ଲାଇନ୍‌ କବିତା ଆସର୍ ଆୟୋଜିତ ହୋଇଯାଇଛି । କବି ଦିଲ୍ଲୀପ କୁମାର ସରାପଙ୍କର ସଭାପତିତ୍ୱରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ବିଶିଷ୍ଟ ନାରୀକବି, ଅଭିନେତ୍ରୀ ସଂଗୀତା ପଣ୍ଡା ଷଡଙ୍ଗୀ । ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରୁ ନିମନ୍ତ୍ରିତ ହୋଇ ଆସିଥିବା ୧୪ଜଣ ଯୁବ କବି ଲୋକେଶ୍ବର ପାଣ୍ଡେ, ସୁଜିତ ଶତପଥୀ, ରାଧେଶ୍ୟାମ ସାହୁ, ଶିଶିର କୁମାର ପାଣିଗ୍ରାହୀ, ନବୀନ ସାହୁ, ଡିସମ୍ବର ମେହେର, କାହ୍ନୁଚରଣ ସାହୁ, ତପନ କୁମାର୍ ସାହୁ, ଆକାଶ୍ ସାହୁ, ରମେଶ ବାରିକ, ରିଙ୍କୁ ମେହେର, ଅନନ୍ତ ବିଶ୍ୱାଳ, ମଧୁସୂଦନ ନେଗୀ, ଓ ସିପୁନ ନାଏକ ସ୍ବରଚିତ କବିତା ପାଠ କରିଥିଲେ । କବି ସୁଶାନ୍ତ ବାଗ ଓ ଅଧ୍ୟାପକ ସନ୍ତୋଷ ରାଉତ ସାହିତ୍ୟର ବିଭିନ୍ନ ଦିଗ ଉପରେ ନିଜର ମତ ରଖିଥିଲେ । କବିତା ଗୁଡିକୁ ସୁନ୍ଦର ଭାବେ ସମୀକ୍ଷା କରିଥିଲେ ଯୁବ କବି, ଗବେଷକ, ଅଧ୍ୟାପକ ମାନସ କୁମାର ଷଡଙ୍ଗୀ । କାର୍ୟ୍ୟକ୍ରମକୁ ସଂଯୋଜନା କରିଥିଲେ କବି ପୁସ୍ତମ୍ ଯୁଆଡି । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ କବି ବଲ୍ଲବ ସାହୁ ।

jittmm
Leave A Reply

Your email address will not be published.