‘କୋଶଳ ପ୍ରବାହ’ର ପ୍ରଭାବ, ଖବର ପ୍ରକାଶନ ପରେ କଁସିଲ ଗାଁରେ ଜଳୁଛି ଷ୍ଟ୍ରିଟ୍ ଲାଇଟ୍

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ କଁସିଲ ଗାଁର ଷ୍ଟ୍ରିଟ୍ ଲାଇଟ୍ ଦୀର୍ଘ ଦିନ ଧରି ଅଚଳ ଥିବା ଖବର ଗତ ଏପ୍ରିଲ୍ ୨୭ ତାରିଖରେ ଆମର ‘କୋଶଳ ପ୍ରବାହ’ରେ ପ୍ରକାଶିତ ହୋଇଥିଲା । ତେବେ ଖବର ପ୍ରକାଶିତ ହେବା ପରେ ପ୍ରଶାସନ ତତ୍ପରତା ଦେଖାଇ ଉକ୍ତ ଷ୍ଟ୍ରିଟ ଲାଇଟକୁ ନେଇ ଥିବା ସମସ୍ୟାର ସମାଧାନ କରିଛି । ଏବେ କଁସିଲ ଗାଁରେ ଜଳୁଛି ଷ୍ଟ୍ରିଟ୍ ଲାଇଟ୍ । ଏହାକୁ ନେଇ ଗାଁରେ ଖୁସିର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.