oom

‘କୋଶଳ ପ୍ରବାହ’ର ପ୍ରଭାବ : ପାଉଁରୁଟି ବିକି ପରିବାର ଚଳାଉଥିବା ସୁମନ୍ତଙ୍କ ଘରେ ପହଞ୍ଚିଲା ପ୍ରଶାସନ, ଗୋଟିଏ ଦିନରେ ଦିଆଗଲା ରାସନ କାର୍ଡ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଉଁରୁଟି ବିକି ପରିବାର ଚଳାଉଥିବା ୧୦ ବର୍ଷର ବାଳକ ସୁମନ୍ତଙ୍କ ସଂପର୍କରେ ଗତକାଲି ‘କୋଶଳ ପ୍ରବାହ’ରେ ନ୍ୟୁଜ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବାର ଗୋଟିଏ ଦିନ ମଧ୍ୟରେ ସୁମନ୍ତଙ୍କ ଘରେ ପହଞ୍ଚିଛି ପ୍ରଶାସନ ଏବଂ ଦିଆଯାଇଛି ରାସନ କାର୍ଡ । ସୂଚନାଯୋଗ୍ୟ ଯେ, ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମିଠାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲୁକୁପାଲି ଗ୍ରାମର ବିଜୟନଗରପଡାରେ ୪ବର୍ଷ ହେଲା ବସବାସ କରି ଆସୁଥିବା ଅନାଥ ୪ ଜଣ ଭାଇଭଉଣୀ ପଦ୍ମନୀ, ହେମନ୍ତ, ପଦ୍ମା ଓ ସୁମନ୍ତ । ପିତା କାଶୀ ଧରୁଆ ୧୦ ବର୍ଷ ହେଲା ମୃତ୍ୟୁବରଣ କରି ସାରିଥିବା ବେଳେ ସ୍ୱାମୀର ମୃତ୍ୟୁ ପରେ ପରେ ସ୍ତ୍ରୀ ତପସ୍ୱୀନି ଧରୁଆ ଛୋଟ ଛୁଆ ମାନଙ୍କୁ ଛାଡି କୁଆଡେ ଚାଲି ଯାଇଥିଲେ । ସେହି ଦିନଠୁ ଅସହାୟ ପିଲାମାନେ ଅଜାଆଈଙ୍କ ପାଖରେ ରହି ଆସୁଛନ୍ତି । ମାତ୍ର ବୃଦ୍ଧ ଅଜାଆଈଙ୍କ ଅତ୍ୟଧିକ ବୟସ ହେତୁ କିଛି କାମ ଧନ୍ଦା କରି ନପାରି ଘରେ ପଡ଼ିରହିଛନ୍ତି । ତେଣୁ ସୁମନ୍ତ (୧୦) ବାଧ୍ୟ ହୋଇ ପାଉଁରୁଟି ବିକ୍ରି କରି ପରିବାର ପ୍ରତିପୋଷଣ କରୁଛନ୍ତି । ଏ ପର୍ଯ୍ୟନ୍ତ କୌଣସି ପ୍ରକାର ସରକାରୀ ସହାୟତା ମିଳି ନ ଥିବା ସୁମନ୍ତଙ୍କ ଅଜା ରାମ ଧରୁଆ ଅଭିଯୋଗ କରିଥିବା ଖବର ‘କୋଶଳ ପ୍ରବାହ’ରେ ଗତକାଲି ପ୍ରକାଶିତ ହେବା ପରେ ଆଜି ସୁମନ୍ତ ଧରୁଆଙ୍କର ଘରକୁ ପହଞ୍ଚିଛି ପ୍ରଶାସନ । ବରଗଡ଼ ଜିଲ୍ଲା ଶିଶୁ ସୁରକ୍ଷା କମିଟିର ଏକ ଟିମ୍‌ ଲୁକୁପାଲି ଗ୍ରାମକୁ ଯାଇଥିଲେ ଏବଂ ତଥ୍ୟ ସଂଗ୍ରହ କରିଥିଲେ । ପାଇକମାଲ ଯୋଗାଣ ଅଧିକାରୀ ପ୍ରମୋଦ କୁମାର ପଣ୍ତା, ପାଇକମାଲ ସିଡିପିଓ ଅଞ୍ଜଳି ବରିହା, ସୁରପଭାଇଜର ପ୍ରାଚୀ ମିଶ୍ର, ଅଙ୍ଗନବାଡି କର୍ମୀ ସୁଶିଲା ବରିହା, ମିଠାପାଲି ସରପଞ୍ଚ ସହଦେବ ଧରୁଆ, ମିଠାପାଲି ଯୋଗାଣ ସହାୟକ ହମିତ କୁମାର ସାହୁ ପ୍ରମୁଖ ସୁମନ୍ତ ଧରୁଆଙ୍କ ଘରକୁ ଯାଇ ତୁରନ୍ତ ତାଙ୍କର ନାମରେ ରାସନ କାର୍ଡ ପ୍ରଦାନ କରିଥିଲେ । ଛୁଆପିଲା ମାନଙ୍କ ପାଠପଢା ବ୍ୟବସ୍ଥା ସହ ବୁଢାବୁଢୀଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ଆଦି କରିବାର ପ୍ରତିଶୃତି ଦେଇଥିଲେ । ମିଠାପାଲି ଗ୍ରାମ ପଞ୍ଚାୟତ ସରପଞ୍ଚ ସହଦେବ ଧରୁଆ ତୁରନ୍ତ ସୁମନ୍ତଙ୍କ ପରିବାରକୁ ୩୦ କେଜି ଚାଉଳ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.