oom

କୋଶଳ ସାହିତ୍ୟ ଏକାଡେମୀର ବଛରକିଆ ତିହାର ଅନୁଷ୍ଠିତ

jsmm

ତରଭା, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ତରଭାର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ କୋଶଳ ସାହିତ୍ୟ ଏକାଡେମୀର ବଛରକିଆ ତିହାର – ୨୦୨୩ କୁମ୍ଭାରମୁଣ୍ଡା ନର୍ସରୀଠାରେ ଧୁମଧାମରେ ପାଳିତ ହୋଇଯାଇଛି । କବି ଲୋକନାଥ ଦଳବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ପୂର୍ବତନ ସରପଞ୍ଚ ଦିଲ୍ଲୀପ କର୍ଣ୍ଣ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ରୂପେ କବି ସନ୍ତୋଷ କୁମାର ଦାଶ ଓ ବନମାଳୀ ପାଣ୍ଡେ ଯୋଗ ଦେଇଥିଲେ । ସଭା ପ୍ରାରମ୍ଭରେ ମା’ ସରସ୍ଵତୀଙ୍କର ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିଲା । ପ୍ରଥମ ଅଧିବେଶନରେ କୋସଲୀ ଭାଷା ସାହିତ୍ୟର ଭବିଷ୍ୟତ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ପରେ ଦ୍ଵିତୀୟ ଅଧିବେଶନରେ ଅନୁଷ୍ଠିତ କୋଶଲି କବିତା ଆସରରେ ଲୋକକବି ଗରିବ ମଲ୍ଲିକ, ବ୍ୟଙ୍ଗ କବି ସ୍ୱପ୍ନେଶ୍ୱର ମିଶ୍ର, କବି ବନମାଳୀ ପାଣ୍ଡେ, ପ୍ରଭାତ ଖମାରୀ, ସୁଦାମ ପୁଟେଲ, ଶଙ୍କର୍ଷଣ ବାଘ, ଚିରଞ୍ଜିବୀ ନାଏକ, ଶୁକଦେବ ସାହୁ, ପ୍ରଦ୍ୟୁମ୍ନ ମହାନ୍ତି ପ୍ରମୁଖ କୋଡ଼ିଏରୁ ଅଧିକ କବି ସ୍ୱରଚିତ କବିତାମାନ ଆବୃତ୍ତି କରିଥିଲେ । ଯୁବ କବି ସଂଜୀବ ସେଠୀ, ସ୍ୱପ୍ନେଶ୍ୱର ମିଶ୍ର ଓ ପ୍ରଭାତ ଖମାରୀ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସାହିତ୍ୟିକ କନିଷ୍ଠ କିଶୋର ସାହୁ ସମୀକ୍ଷକ ଭାବେ କବିତା ଗୁଡ଼ିକର ବିଶଦ୍ ସମୀକ୍ଷା କରିଥିଲେ । ଏଥିରେ ପିଣ୍ଟୁ ସାହୁ, ମନୀଷ ସାହୁ, ଭୋଜରାଜ ରଣା, ଗୁପ୍ତେଶ୍ୱର ରଣା, ଅଜିତ ରଣା, ରାଜେଶ ରଣା ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏକାଡେମୀ ସମ୍ପାଦକ ରାଜେନ୍ଦ୍ର କୁମାର ଝାଙ୍କର ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଏକାଡେମୀ ସଭାପତି ଦେବେନ୍ଦ୍ର କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.