ସୁବର୍ଣ୍ଣପୁର ଜିଲ୍ଲା କୋଷାଗାର ଉଦଘାଟିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ରାଜ୍ୟର ପ୍ରଥମ ଡିଜିଟାଲ୍ ଟ୍ରାନ୍ସଜିକସନ୍ ବ୍ୟବସ୍ଥା ଥିବା ସୁବର୍ଣ୍ଣପୁର ଜିଲ୍ଲା କୋଷାଗାର ଆଜି ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞନ ପୂଜାରୀଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି । ୧କୋଟି ୮୯ଲକ୍ଷ ବ୍ୟୟ ଅଟକଳରେ ଦ୍ବିତଳ ପ୍ରସାଦଥିବା କୋଷାଗାର କାର୍ୟ୍ୟାଳୟରେ କଂପ୍ୟୁଟରୀକୃତ ବ୍ୟବସ୍ଥା ରହିଥିବାବେଳେ ଅର୍ଥ ନେଣଦେଣ କ୍ଷେତ୍ରରେ ଡିଜିଟାଲ୍ ଟ୍ରାନ୍ସଫର ର ସୁବିଧା ଉପଲବ୍ଧ ରହିଛି । ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ଅର୍ଥ ତଥା ଅବକାରୀ ମନ୍ତ୍ରୀ ନିରଞନ ପୂଜାରୀ ଓ ରାଜ୍ୟ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କେ.କେ.ମୀନା ଅତିଥିଭାବେ ଯୋଗଦେଇ ନବ ନିର୍ମିତ ନୂତନ କୋଠାକୁ ଲୋକାର୍ପଣ କରିଛନ୍ତି । ଉଦଘାଟିତ ଜିଲ୍ଲା କୋଷାଗାର ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ପ୍ରକାର ଅର୍ଥ ନେଣଦେଣକୁ ସହଜ ଓ ସରଳ ଭାବେ କରିବାକୁ ସକ୍ଷମ ଥିବାବେଳେ ବର୍ତ୍ତମାନର ଡିଜିଟାଲ ଟ୍ରାନଜିଙ୍କସନ୍ସ ଆହ୍ବାନକୁ ନେଇ ବ୍ୟବସ୍ଥିତ ହୋଇଛି ବୋଲି ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କେ.କେ. ମୀନା କହିଛନ୍ତି ।

Leave A Reply

Your email address will not be published.