କରୋନାକୁ ପରାସ୍ତ କରିଥିବା ଜଣେ ବୃଦ୍ଧ ପ୍ରଶଂସା କଲେ କିସ୍‌ କୋଭିଡ଼୍‌ କେୟାର ହସ୍‌ପିଟାଲ୍‌କୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନାକୁ ପରାସ୍ତ କରିଥିବା ଜଣେ ବୃଦ୍ଧ ବ୍ୟକ୍ତି କିସ୍‌ କୋଭିଡ଼୍‌ କେୟାର୍‌ ହସ୍‌ପିଟାଲ୍‌ର ସେବା, ଯତ୍ନ ଓ ଚିକିତ୍ସାକୁ ନେଇ ପ୍ରଶଂସା କରିଛନ୍ତି । ସ୍ଥାନୀୟ ରାଧାରାଣୀପଡ଼ା ନିବାସୀ ସନ୍ତୋଷ କୁମାର ମିଶ୍ର(୬୯) କିସ୍‌ କୋଭିଡ଼୍‌ କେୟାର୍‌ ହସ୍‌ପିଟାଲ୍‌ରେ ୧୦ ଦିନ ଧରି ଚିକିତ୍ସିତ ହେବା ପରେ କରୋନାକୁ ପରାସ୍ତ କରିବାରେ ସଫଳ ହୋଇଥିବା ବେଳେ ସଂପୃକ୍ତ ହସ୍‌ପିଟାଲ୍‌ରେ ଉଚିତ ସେବା, ଯତ୍ନ ଓ ଚିକିତ୍ସା ତାଙ୍କୁ ସୁସ୍ଥ କରିଛି ବୋଲି କହିଛନ୍ତି । ଏଠାରେ ଯଥେଷ୍ଟ ପରିମାଣରେ ଅକ୍ସିଜେନ୍‌ ଉପଲବ୍ଧ ହେବା ସହ ଖାଦ୍ୟପେୟ ବି ଉଚ୍ଚମାନର ରହିଥିବା ସେ ପ୍ରକାଶ କରିବା ସହ ଡାକ୍ତର ଓ ନର୍ସମାନେ ଯଥୋଚିତ ସେବା ଓ ଚିକିତ୍ସା ପ୍ରଦାନ କରିଥିବା କହିଛନ୍ତି ।

Leave A Reply

Your email address will not be published.