କିସ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାତା ଡ଼.ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ

ପାଟଣାଗଡ, (ଗୋରେଖନାଥ ବରିହା) : ମହାମାରୀ ଜନିତ କଟକଣା ସମୟରେ ସମ୍ପୂର୍ଣ ନିଃଶୁଳ୍କ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ କିସ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ କିସର ଛାତ୍ରଛାତ୍ରୀ ମାନଙ୍କ ଉଚ୍ଚ ଶିକ୍ଷା, ଗୁଣାତ୍ମକ ଶିକ୍ଷା, ଅନ୍‌ଲାଇନ ଶିକ୍ଷା ବ୍ୟବସ୍ଥାକୁ ଅନବରତ ଜାରି ରଖିବା କାର୍ଯ୍ୟକ୍ରମ ହାତକୁ ନେଇ ସାରା ବିଶ୍ୱରେ ଉଦାହରଣ ସୃଷ୍ଟି କରିଛନ୍ତି । କରୋନା କଟକଣା ପରିସ୍ଥିତିରେ କିସ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ନିରବିଛିନ୍ନ ପୁରାପୁରି ମାଗଣା ଶିକ୍ଷା ଦାନ ପାଇଁ ଅନ୍‌ଲାଇନ୍‌ ଲାଇଭ୍‌ କ୍ଲାସ ଏବଂ କଳିଙ୍ଗ ଟିଭି ମାଧ୍ୟମରେ ଲାଇଭ କ୍ଲାସ ଶିକ୍ଷା ପ୍ରଦାନ କରାଯାଉଛି । କିସ ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତଙ୍କ ଅବଦାନ ଫଳରେ ତ୍ରୟୋଦଶ ପର୍ଯ୍ୟାୟ ତଥା ୨୦୨୧ ଚଳିତ ନୂତନ ଶିକ୍ଷା ବର୍ଷର ଦ୍ଵିତୀୟ ପର୍ଯ୍ୟାୟରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଶୁଖିଲା ଖାଦ୍ୟ ସାମଗ୍ରୀ, ସାନିଟାଇଜର ଆଦି ସମସ୍ତ ବ୍ଲକରେ ବଣ୍ଟନ କରାଯାଇଛି । ଆଜି ବଲାଙ୍ଗିର ଜିଲ୍ଲାର ଚଉଦ ଗୋଟିର କର୍ମକର୍ତ୍ତା ମାନେ ପାଠ୍ୟ ଉପକରଣ, ଶୁଖିଲା ଖାଦ୍ୟ ସାମଗ୍ରୀ, ସାନିଟାଇଜର ଇତ୍ୟାଦି ବଣ୍ଟନ କରିବାରେ ସହଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ କରୋନା ମହାମାରୀ ଭୁତାଣୁ ଜନିତ ଲକ୍‌ଡାଉନ କଟକଣା ଯୋଗୁଁ ମାର୍ଚ୍ଚ ୨୦୨୦ ଦ୍ଵିତୀୟ ସପ୍ତାହରୁ ଭାରତ ତଥା ଓଡିଶାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ତେବେ କିସର ଛାତ୍ରଛାତ୍ରୀ ମାନଙ୍କ ସୁରକ୍ଷା ଚିନ୍ତା ସହିତ ପାଠପଢା ଅବ୍ୟାହତ ରଖିବା ପାଇଁ କିସ ଆଦିବାସୀ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡ଼ ସାମନ୍ତଙ୍କ ନିର୍ଦେଶରେ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟ ପୁସ୍ତକ ସହିତ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । କିସ ତରଫରୁ ପ୍ରଦତ୍ତ ବିଭିନ୍ନ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି, ବ୍ଲକ ସଭାପତି ଅଷ୍ଟରତ୍ନ ବରିହା, ବିପ୍ର ବିଶି, ପଦ୍ମନ ପ୍ରଧାନୀ, ଶରତ ଚନ୍ଦ୍ର ସିଂ ଭୋଇ, ଦୁଃଖିଶ୍ୟାମ ଭୋଇ, ଘିମାନନ୍ଦ ଭୋଇ, ଖେଳନ୍ତି ସମରଥ, ବଳଦେବ ଭୋଇ, ଶ୍ୟାମ ସୁନ୍ଦର ଭୋଇ, ସନ୍ତୋଷ ପୁଟା, ଘନଶ୍ୟାମ ପ୍ରଧାନୀ, ଶ୍ରୀମତୀ ବନଲତା ମାଝି, ଚୌବନ କିଶୋର ମାଝି, ସୁଦାମ ଚରଣ ଭୋଇ, ଡମ୍ବରୁ ଧରୁଆ, ସାରଥୀ ବାଗ, ଭୂପାଲ ବିଶ୍ୱାଳ, ମନବୋଧ ବରିହା, ଅଚୁତ ଧରୁଆ, ବିକ୍ରମ ଭୋଇ, ବିଜୟ କାଳସାଏ, ରାଜୀବ କୁଅଁର, ଘନ ଭୋଇ, ଟିକେଶ୍ୱର ଧରୁଆ, ଧରମସିଂ ଧରୁଆ, ଦଶରଥ ଛତ୍ରିଆ, ଗିରିଧାରୀ ଭୋଇ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.