
ବରଗଡ, (ମୁନ୍ନା ସାହୁ) : ବୁଧବାର ମଧ୍ୟାହ୍ନ ୧୨ଟା ସମୟରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଜୟ କିସାନ ଆନ୍ଦୋଳନ । ଆଜିଠାରୁ ବରଗଡ଼ ଜିଲ୍ଲାରେ ଧାନ କିଣାବିକା ପ୍ରକ୍ରିୟା ଆରମ୍ଭ ହୋଇଛି କିନ୍ତୁ ଆରମ୍ଭ ଦିନ ଠାରୁ ଚାଷୀଙ୍କ ଟୋକନ ଅବ୍ୟବସ୍ଥା ଘଟଣା ସାମ୍ନାକୁ ଆସିଛି । ବରଗଡ଼ରେ ଟୋକନ ଅବ୍ୟବସ୍ଥା ଏବେ ଚାଷୀଙ୍କ ପାଇଁ ବଡ଼ ସମସ୍ୟା ସାଜିଛି । ଜମି ତୁଳନାରେ ଟୋକନ କମ ଆସିଥିବା ବେଳେ ଯେଉଁ ଚାଷୀଙ୍କ ଧାନ ହୋଇଯାଇଛି ସେହି ଚାଷୀଙ୍କ ଟୋକନ ଆସି ନାହିଁ ଏବଂ ଯେଉଁ ଚାଷୀଙ୍କ ଧାନ ହୋଇନାହିଁ ସେହି ଚାଷୀଙ୍କ ଟୋକନ ଆସିଥିବା ଭଳି ସମସ୍ୟା ଦେଖାଯାଇଛି । ଯାହାକୁ ନେଇ ଚାଷୀ ବରଗଡ଼ ଜିଲ୍ଲାପାଳଙ୍କୁ ଏହି ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି । ଚାଷୀମାନେ ସେଟେଲାଇଟ ସର୍ଭେ ଭୁଲ ଥିବା ଅଭିଯୋଗ କରିଛନ୍ତି । ତେବେ ଟୋକନ ସମସ୍ୟାର ଶୀଘ୍ର ସମାଧାନ ପାଇଁ ଦାବି କରାଯାଇଛି । ଦାବି ପୂରଣ ନ ହେଲେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ ଧାନ ପକାଇବେ ବୋଲି ଚେତାବନୀ ଦେଇଛନ୍ତି ।