ଆନ୍ତଃ ଜିଲ୍ଲା କିନ୍ନର ସମାଜର ସମ୍ମିଳନୀ ଅନୁଷ୍ଠିତ

ନବରଙ୍ଗପୁର : ଜିଲ୍ଲା ସଦର ମହକୁମା ନବରଙ୍ଗପୁର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଆନ୍ତଃ ଜିଲ୍ଲା କିନ୍ନର ସମାଜର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଳାହାଣ୍ଡି, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାର ଶତାଧିକ କିନ୍ନର ଯୋଗ ଦେଇଥିଲେ । ନବରଙ୍ଗପୁର ଜିଲ୍ଲା କିନ୍ନର ସଙ୍ଘର ସଭାପତି କାଜଲ କିନ୍ନର ଅଧକ୍ଷତାରେ ଏହି ସଭାର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ନବରଙ୍ଗପୁର ଜିଲ୍ଲା କିନ୍ନର ସଙ୍ଘର ଅଧ୍ୟକ୍ଷ ତଥା ଟେଲି ଫିଲ୍ମ ନିର୍ଦେଶକ ମନୋଜ କୁମାର ପଟ୍ଟନାୟକ ଯୋଗଦେଇ ସରକାରଙ୍କ ଦ୍ୱାରା କିନ୍ନରମାନଙ୍କ ପାଇଁ ପ୍ରଦତ୍ତ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୋରାପୁଟ ଜିଲ୍ଲା କିନ୍ନର ସମାଜ ତରଫରୁ ଗୁରୁମା ରାଜେଶ୍ୱରୀଙ୍କ ଅନୁପସ୍ଥିତିରେ ଜୟପୁରର ସିଲୁ କିନ୍ନର ଯୋଗ ଦେଇଥିବା ବେଳେ କଳାହାଣ୍ଡି ଜିଲ୍ଲା ତରଫରୁ ଗୁରୁମା ପାର୍ବତୀ କିନ୍ନର ମଞ୍ଚାସୀନ ଥିଲେ । ସମ୍ମିଳନୀରେ କିନ୍ନରମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ବିଶେଷ କରି କିନ୍ନରମାନଙ୍କ ପେଟପାଟଣା ପାଇଁ କୌଣସି ନିର୍ଦ୍ଧିଷ୍ଟ ରୋଜଗାର ପନ୍ଥା ନ ଥିବାରୁ ସଭାରେ କ୍ଷୋଭ ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ଭାବରେ ରୋଜି, ବୁଲବୁଲ, ରାଣୀ ଶ୍ରୀୟା, ସିତୁ, ଲୋବଲି, ମେଘା, ଦେବାସିଙ୍ଗ ପ୍ରମୂଖ କିନ୍ନର ଉପସ୍ଥିତ ଥିବା ବେଳେ ନବରଙ୍ଗପୁର ଜିଲ୍ଲା କିନ୍ନର ସଙ୍ଘର ସମ୍ପାଦକ ଚୁମକୀ କିନ୍ନର ମଞ୍ଚ ପରିଚାଳନା କରିଥିଲେ ।

Leave A Reply

Your email address will not be published.