ନାବାଳିକା ଅପହରଣ ଅଭିଯୋଗରେ ଯୁବକ ଗିରଫ

ଆଗଲପୁର, (କେପିଏନ୍‌ଏସ୍‌) : ନାବାଳିକାକୁ ଅପହରଣ କରିବା ଅଭିଯୋଗରେ ଆଗଲପୁର ପୋଲିସ ଜନୈକ ଯୁବକକୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଅନ୍ତର୍ଗତ କଂସଡୋଲ ଗ୍ରାମର ପଙ୍କଜ ସାହୁଙ୍କ ପୁଅ ପବିତ୍ର (୨୫) । ଗତ ୪ ମାସ ତଳେ ପବିତ୍ର ଜନୈକ ନାବାଳିକାକୁ ଅପହରଣ ପୂର୍ବକ ଟ୍ରେନ ଯୋଗେ ତାମିଲନାଡୁକୁ ନେଇ ଫେରାର ହେଉଥିବା ବେଳେ ପୋଲିସ ବଲାଙ୍ଗିର ଷ୍ଟେସନରେ ଚଢାଉ କରିଥିଲା । ସେତେବେଳେ ନାବାଳିକାକୁ ଛାଡ଼ିଦେଇ ଫେରାର ହେବାରେ ପବିତ୍ର ସକ୍ଷମ ହୋଇଥିଲା । ଆଗଲପୁର ପୋଲିସ ଏକ ମାମଲା ରୁଜୁ କରି କେସ ନଂ – ୭୪/୨୪ରେ ତଦନ୍ତ ଜାରି ରଖିଥିବା ବେଳେ ଆଜି ପବିତ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଇଆଇସି ବାସୁଦେବ ଭୋଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.