centurian jitm

ଟୁରିଷ୍ଟ ବସ୍ ଦୁର୍ଘଟଣାରେ ନାବାଳକ ମୃତ୍ୟୁ ଘଟଣା : କ୍ଷତିପୂରଣ ଦାବିରେ ପୁଣି ଲୋକଙ୍କ ରାସ୍ତାରୋକ

nschool

ସମ୍ବଲପୁର : ବସ୍ ଦୁର୍ଘଟଣାରେ ନାବାଳକର ମୃତ୍ୟୁ ଘଟଣା । କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ପୁଣି ରାସ୍ତାରୋକ । ଦୁର୍ଘଟଣା ଘଟିଥିବା ସ୍ଥାନରେ ନାବାଳକର ମୃତଦେହ ରଖି ରାସ୍ତାରୋକ ଜାରି ରହିଛି । ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ସହ ଅଟକ ରଖିଥିବା ଆନ୍ଦୋଳନକାରୀଙ୍କୁ ଛାଡିବାକୁ ଦାବି କରିଛନ୍ତି ସ୍ଥାନୀୟଲୋକେ । ସେହିପରି ସଂଧ୍ୟା ୬ଟା ପରେ ସେହି ରୁଟ୍‌ ଦେଇ କୌଣସି ବଡ଼ ଗାଡି ନ ଛାଡିବାକୁ ଦାବି ମଧ୍ୟ ହୋଇଛି । ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଆମ୍ବେଦକର ନଗରର ରୋନକ ନାଏକ ନାମକ ଜଣେ ନାବାଳକ ସ୍କୁଟିରେ ଯାଉଥିବା ସମୟରେ ମ୍ୟୁନିସିପାଲ୍‌ଟି ବାଳିକା ବିଦ୍ୟାଳୟ ସମ୍ମୁଖରେ ଏକ ବସ୍‌ ତାଙ୍କୁ ଧକ୍କା ଦେଇଥିଲା । ଯେଉଁଥିରେ ରୋନକଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଘଟଣାସ୍ଥଳରେ ଦେଖିବାକୁ ମିଳିଥିଲା ଉତ୍ତେଜନା । ଶେଷରେ ବାଧ୍ୟ ହୋଇ ପୋଲିସ ଲାଠିଚାଳନା କରିଥିଲା । ଯାହାପରେ ପରିସ୍ଥିତି ଶାନ୍ତ ପଡିଥିଲା । ହେଲେ କିଛି ଆନ୍ଦୋଳନକାରୀଙ୍କୁ ଅଟକ ରଖିଥିଲା ପୋଲିସ । ଯାହାକୁ ନେଇ ଆଜି ପୁଣି ଥରେ ଆନ୍ଦୋଲନକୁ ଓହ୍ଲାଇଛନ୍ତି ସ୍ଥାନୀୟଲୋକେ । ଘଟଣାସ୍ଥଳରେ ଶବ ରଖି ଧାରଣାରେ ବସିଛନ୍ତି ସ୍ଥାନୀୟଲୋକେ । ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା, ଅଟକ ରଖିଥିବା ଆନ୍ଦୋଳନକାରୀଙ୍କ ତୁରନ୍ତ ଛାଡିବା ଏବଂ ଦୁର୍ଘଟଣା ଘଟିଥିବା ସ୍ଥାନରେ ବଡ଼ ଗାଡି ନଛାଡିବାକୁ ଦାବି ହୋଇଛି । ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।

Leave A Reply

Your email address will not be published.