ଲଘୁଚାପ ଜନିତ ଲଗାଣ ବର୍ଷାରେ ଘର ଭାଙ୍ଗି ଯାଇଥିବା ଲୋକଙ୍କ କ୍ଷୟକ୍ଷତି ଆକଳନ କଲେ ରାଜସ୍ୱ ନୀରିକ୍ଷକ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଲୁହାସିଂହା ଓ ଧଣ୍ଡାମୁଣ୍ଡା ରାଜସ୍ୱ ସର୍କଲ ଅଧିନରେ ଥିବା ପ୍ରତ୍ୟେକ ଗ୍ରାମକୁ ଯାଇ ଲଘୁଚାପ ଜନିତ ଲଗାଣ ବର୍ଷାରେ ଘର ଭାଙ୍ଗି ଯାଇଥିବା ଲୋକଙ୍କ ପାଖକୁ ଯାଇ କ୍ଷୟ କ୍ଷତି ଆକଳନ କରିଛନ୍ତି ଲୁହାସିଂହା ରାଜସ୍ୱ ନିରୀକ୍ଷକ ମାନସ ବନଗୁଲା । ବଲାଙ୍ଗିର ଜିଲ୍ଲାପାଳଙ୍କ ନିର୍ଦ୍ଦେଶନା କ୍ରମେ ଆଜି ରାଜସ୍ୱ ନୀରିକ୍ଷକ ଶ୍ରୀ ବନଗୁଲା ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ଗ୍ରାମର କୁମର ଷାଣ୍ଢଙ୍କ ଦୁଇ ବଖରା ଘର ସଂପୂର୍ଣ୍ଣ ଭୁଷୁଡି ପଡ଼ିଥିବା ଦେଖିଥିଲେ । ରାଜସ୍ୱ ନୀରିକ୍ଷକ ଫୋଟୋ ଉଠାଇବା ସହ କ୍ଷୟକ୍ଷତିର ସରକାରୀ ସହାୟତା ମିଳିବା ପାଇଁ ଜିଲ୍ଲାପାଳଙ୍କ ପାଖକୁ ରିପୋର୍ଟ ପଠାଯିବ ଏବଂ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।ଜରିପାଲ ଅଫିସକୁ ଯାଇ ଆଣିବାକୁ କହିଛନ୍ତି । ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ଚଙ୍ଗରିଆ, ଲୁହାସିଂହା ପଞ୍ଚାୟତ ଚିଟିକାମାଲ, ଡଙ୍ଗିଆ ବାହାଲ ଆଦି ଗ୍ରାମକୁ ଯାଇ ଲୋକମାନଙ୍କ ଲଗାଣ ବର୍ଷାରେ ଭାଙ୍ଗି ଯେଇଥିବା ଘର କ୍ଷୟକ୍ଷତିର ଆକଳନ କରିଥିବା ଜଣାପଡିଛି ।

Leave A Reply

Your email address will not be published.