ଖପ୍ରାଖୋଲ, (ଅଶୋକ କୁମାର ବାଗ) : କେନ୍ଦ୍ର ସରକାର ଓଡିଶା ପାଇଁ ୮ଟି କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ମଞ୍ଜୁରୀ ତାଲିକା ପ୍ରକାଶ କରିଥିବାବେଳେ ତାଲିକାରେ ବଲାଙ୍ଗିର ଜିଲ୍ଲାରେ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ତାଲିକା ଆସିଛି । ବଲାଙ୍ଗିର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂହଦେଓଙ୍କ ସଂସଦୀୟ କ୍ଷେତ୍ରରେ ଟିଟିଲାଗଡ଼ ଓ ପାଟଣାଗଡ଼ରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ମଞ୍ଜୁରୀ ଆସିଥିବାରୁ ପାଟଣାଗଡ଼ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ବିଜେପି କର୍ମୀ ଓ ଅଞ୍ଚଳବାସୀ ମିଠାବାଣ୍ଟି, ବାଣଫୁଟାଇ ଆନନ୍ଦ ମନାଇବା ସହିତ ପ୍ରଧାନମନ୍ତ୍ରୀ, କେନ୍ଦ୍ରଶିକ୍ଷା ମନ୍ତୀ, ବଲାଙ୍ଗିର ସାଂସଦ ଓ ଓଡିଶାର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।