jayashree

ଖୁର୍ସେଲ ପଞ୍ଚାୟତର ୫୦ ଜଣ ବିଜେପି ଓ କଂଗ୍ରେସ ଦଳର କର୍ମୀ ଦଳ ଛାଡ଼ି ବିଜେଡିରେ ଯୋଗଦାନ କଲେ

ପାଟଣାଗଡ଼, (ଗୋରେଖନାଥ ବରିହା) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଉପସ୍ଥିତିରେ ପାଟଣାଗଡ ନିର୍ବାଚନ ମଣ୍ଡଳୀର ବିଜୁଜନତା ଦଳ କାର୍ଯ୍ୟାଳୟରେ ଖୁର୍ସେଲ ପଞ୍ଚାୟତର ୫୦ ଜଣ କର୍ମୀ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ଦଳ ଛାଡି ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ନୂତନ ଭାବେ ଦଳରେ ଯୋଗଦାନ କରିଥିବା କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଆୟୋଜନ ହୋଇଥିଲା । ଏହି ବୈଠକରେ ଆଗାମୀ ଦିନର କାର୍ଯ୍ୟପନ୍ଥା ଓ ସଂଗଠନ ବିଷୟରେ ଆଲୋଚନା ହୋଇଥିଲା ବେଳେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳୟୀ ପାର୍ଥୀଙ୍କୁ ଜିତାଇବା ପାଇଁ ଉଦ୍ୟମ ଲୋଡା ବୋଲି ବିଧାୟକ ଶ୍ରୀ ମେହେର ଦଳର କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.