ଦ୍ୱିତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଖୁଜେନପାଲି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଖୁଜେନପାଲିରେ ଦ୍ୱିତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଏହି ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ୨୭ ତାରିଖ ଉଦ୍‌ଘାଟନ ହୋଇଥିଲା ଓ ୨୮ ତାରିଖ ରବିବାର ଦିନ ଉଦ୍‌ଯାପିତ ହୋଇଥିଲା । ଏହି ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ବଲାଙ୍ଗିର ଜିଲ୍ଲାର ସର୍ବମୋଟ ୪୦ଟି ଦଳ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ଯୁଧିଷ୍ଠିର କୁମାର ସିଂହ ଓ ସ୍ଥାନୀୟ ସରପଞ୍ଚ ରଞ୍ଜିତା ପାଣିଗ୍ରାହୀଙ୍କ କରକମଳରେ ଉଦ୍‌ଘାଟନ ହୋଇଥିଲା । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଲୋକ କୁମାର ମଙ୍ଗରାଜ, ସମ୍ମାନିତ ଅତିଥି ଭାବେ ସଂଗ୍ରାମ ବହିଦାର ଓ ଅତିଥି ଭାବେ ଦେବଦାସ ଖଟେଇ ଯୋଗଦାନ କରି ପୁରସ୍କାର ବିତରଣ କରିଥିଲେ । ଦୁଇ ଜଣ ଭେଟରାନ ଖେଳାଳି ଘନଶ୍ୟାମ ମିଶ୍ର ଓ ମନୋରଞ୍ଜନ ପଣ୍ଡାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରିଥିଲେ ଅତିରିକ୍ତ ଖେଳ ଶିକ୍ଷକ ସୁନିଲ କୁମାର ବିଶ୍ୱାଲ ଓ ତାଙ୍କୁ ସହଯୋଗ କରିଥିଲେ ଖୁଜେନପାଲି ବ୍ୟାଡମିଣ୍ଟନ ଆସୋସିଏସନର ସମସ୍ତ କର୍ମକର୍ତ୍ତା ।

Leave A Reply

Your email address will not be published.