centurian jitm

ଖପ୍ରାଖୋଲ ତହସିଲ ଅଞ୍ଚଳରେ ମାଳମାଳ ବେଆଇନ ଇଟାଭାଟି : ପ୍ରଶାସନ ଜରିମାନା ଆଦାୟ କରି ଚୁପ୍‌ଚାପ୍‌

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ତହସିଲ ଅଞ୍ଚଳର ବିଭିନ୍ନ ରାଜସ୍ୱ ଗ୍ରାମରେ ମାତିଛନ୍ତି ଇଟା ମାଫିଆ । ଖପ୍ରାଖୋଲ ବ୍ଲକର ବିଭିନ୍ନ ପଞ୍ଚାୟତରେ ମାଳମାଳ ବେଆଇନ ଇଟାଭାଟି ଗଢିଉଠିଛି । ଇଟାଭାଟି ଦ୍ୱାରା ପରିବେଶ ପ୍ରଦୂଷଣ ହେବା ସହ ତାପମାତ୍ରା ବୃଦ୍ଧି ପାଇ ପରିବେଶ ସନ୍ତୁଳନ ବିଗିଡ଼ିବାରେ ଲାଗିଛି । ଗଛ କାଟି କାଠ ଗଣ୍ଡିମାନ ଲଗାଇ ଇଟା ପୋଡା ଯାଉଥିବାରୁ ଧ୍ୱଂସ ପାଉଛି ଜଙ୍ଗଲ । ଅଭିଯୋଗ କଲେ ବି ଶୁଣିବାକୁ କେହି ନାହିଁ । ତେବେ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ କେବଳ କିଛି ଟଙ୍କାର ଜରିମାନା ଆଦାୟ କରି ଚୁପ ରହି ଯାଉଥିବାରୁ ଏହା ଇଟାଭାଟି ମାଲିକଙ୍କୁ ପରୋକ୍ଷରେ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହେଉଛି । ବେଆଇନ କାରବାରକୁ ରୋକିବା ସହ ରାଜସ୍ୱ ସଂଗ୍ରହକୁ ଗୁରୁତ୍ୱ ଦିଆଯିବା ସହ ଜଳ, ଜମି, ଜଙ୍ଗଲ ଏବଂ ଗ୍ରାମ ପରିବେଶ ସୁରକ୍ଷାକୁ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଖପ୍ରାଖୋଲ ତହସିଲ ଅଞ୍ଚଳରେ ଏହାର ଘୋର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଖପ୍ରାଖୋଲ ତହସିଲ ଅଧୀନ ବିଭିନ୍ନ ପଞ୍ଚାୟତରେ ସଠିକ ପରିବେଶ ମଞ୍ଜୁରୀ ନ ଥାଇ ମଧ୍ୟ ଏକାଧିକ ବେଆଇନ ଇଟାଭାଟି ଗଢ଼ି ଉଠିଥିବା ବେଳେ ରାଜସ୍ୱ ବିଭାଗ କି କର୍ତ୍ତ୍ୟବ୍ୟ ବିମୁଢ଼ ଅବସ୍ଥାରେ ଥିବା ପ୍ରତୀୟମାନ ହେଉଛି । ବେଆଇନ ଇଟାଭାଟି ମାଲିକଙ୍କ ଦବଦବା ସମ୍ମୁଖରେ ତହସିଲ ପ୍ରଶାସନ ନତମସ୍ତକ ହୋଇ ରହିବା ଅଞ୍ଚଳବାସୀଙ୍କୁ ଚକିତ କରିଛି । ଫାଲ୍‌ଗୁନ ମାସ ନ ପୂରୁଣୁ ବର୍ତ୍ତମାନ ଅଞ୍ଚଳରେ ତାପମାତ୍ରା ୩୯ ଡିଗ୍ରୀକୁ ବୃଦ୍ଧି ପାଇଥିବାବେଳେ ଚୈତ୍ର ଓ ବୈଶାଖରେ ତାପମାତ୍ରା ଅଧିକ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ତେବେ ଇଟାଭାଟି ଯୋଗୁ ତାପମାତ୍ରା ଅହେତୁକ ବୃଦ୍ଧି ପାଇବ ବୋଲି ପରିବେଶବିତମ।।ନେ ସନ୍ଦେହ ପ୍ରକାଶ କରିବା ସହ ସ୍ଥାନୀୟ ପ୍ରଶାସନ ଓ ଇଟାଭାଟି ମାଲିକ ଏଥିପ୍ରତି ସମ୍ପୂର୍ଣ୍ଣ ରୂପେ ଦାୟୀ ରହିବେ ବୋଲି କହିଛନ୍ତି । ଏନେଇ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ରଙ୍କୁ ପଚାରିବାରୁ ଇଟାଭାଟି ଗୁଡ଼ିକ ଉପରେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ଦୃଢ କାର୍ଯ୍ୟାନୃଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.