ଚାଇଲ୍ଡଲାଇନ ତରଫରୁ ଖୋଲାମଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡ଼ା, (ନିରାକାର ମେହେର) : ଚାଇଲ୍ଡଲାଇନ ମାଧ୍ୟମରେ ନୂଆପଡା ବ୍ଲକ ସ୍ଥିତ କୋଦୋମେରି ନେତାଜୀ ସରକାରୀ ଉପ୍ରା ବିଦ୍ୟାଳୟ ପ୍ରାଙ୍ଗଣରେ ସରପଞ୍ଚ ମମତା ପୁଞ୍ଜିଙ୍କ ଅଧକ୍ଷତାରେ ଖୋଲାମଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସରପଞ୍ଚ ମମତା ପୁଞ୍ଜି, ଚାଇଲ୍ଡଲାଇନର ସଂଯୋଜକ ମୁକେଶ କୁମାର ଯୋଶୀ, ସଦସ୍ୟ ସୁନାଧର ସୁନାନି, ଦିନେଶ ସାହୁ, ଦିଗେଶ୍ଵରୀ ସାହୁ ଓ ଭାନୁ ପ୍ରତାପ ମାଝୀ ଓ ପଞ୍ଚାୟତ ୱାର୍ଡ ସଭ୍ୟ ପଞ୍ଚମୀ ସୁନାନି, ପୀତାମ୍ବର ଦଣ୍ଡସେନା କୁଞ୍ଜବିହାରୀ ଯାଦବ ଓ ସ୍ଥାନୀୟ ଅଙ୍ଗନୱାଡି କର୍ମୀ ସନ୍ଧ୍ୟାରଣୀ ପଟ୍ଟନାୟକ, ଏସ୍‌ କୁମାରୀ ଶବର, ମନ୍ଦାକିନୀ ନାୟକ, ଗ୍ରାମ ରୋଜଗାର ସେବିକା ହେମଲତା ଯାଦବ ଏବଂ କୋଦୋମେରି ଗ୍ରାମର ୧୦ରୁ ୧୮ ବର୍ଷ ମଧ୍ୟରେ ୩୧ ଜଣ ଶିଶୁ ଯୋଗଦେଇ ଶିଶୁ ସମସ୍ୟା ଉପରେ ଉପସ୍ଥାପନ କରିଥିବା ବେଳେ ଚାଇଲ୍ଡ ଲାଇନର ସଂଯୋଜକ ଲକ୍ଷ୍ୟ ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ । ଚାଇଲ୍ଡଲାଇନର ଦେୟମୁକ୍ତ ସଂଖ୍ୟା ୧୦୯୮ର ସୁନାଧାର ସୁନାନି ଓ ଦିନେଶ ସାହୁ ସଚେତନା କରିଥିଲେ । ଡିଗେଶ୍ଵରୀ ସାହୁ ଖୋଲାମଞ୍ଚ ପରିଚାଳନା କରିଥିଲେ ଓ ଶିଶୁ ମାନଙ୍କ ଅଧିକାର ସମ୍ବଧୀୟ ଖେଳ ମାଧ୍ୟମରେ ଶିଶୁ ମାନଙ୍କୁ ସଚେତନ କରିଥିଲେ । ଭାନୁ ପ୍ରତାପ ମାଝୀ ଶିଶୁମାନଙ୍କ ସମସ୍ୟା ଡ୍ରାଇଙ୍ଗସିଟ ମାଧ୍ୟମରେ ୪ ଗୋଟି ଦଳରେ ଶିଶୁ ସମସ୍ୟା ଉପସ୍ଥାପନ କରିଥିଲେ । ସେଥିମଧ୍ୟରୁ ଶିଶୁ ମାନଙ୍କ ମୁଖ୍ୟ ସମସ୍ୟା ଉଚ୍ଚ ବିଦ୍ୟାଳୟରେ ଇଂରାଜୀ ଶିକ୍ଷକ ନ ଥିବା ଯୋଗୁଁ ଇଂରାଜୀ ପାଠ ପଢାରେ ବ୍ୟଘତ ସୃଷ୍ଟି ହେଉଛି । ଉଚ୍ଚ ବିଦ୍ୟାଳୟରେ ପାଇଖାନା ବ୍ୟବସ୍ଥା ନ ଥିବା ଯୋଗୁ ଶିଶୁ ମାନେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି, ୧ ନମ୍ବର ଅଙ୍ଗନୱାଡି କେନ୍ଦ୍ରରେ ପାନୀୟ ଜଳ ସମସ୍ୟା, ଭଳି ବିଭିନ୍ନ ସମସ୍ୟାର ଦୃଷ୍ଟି ଆକର୍ଷଣ କରିଥିଲେ । ବିଦ୍ୟାଳୟ ସମସ୍ୟା ସମାଧାନ ଲାଗି ଶିଶୁମାନଙ୍କ ଦ୍ଵାରା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟକୁ ଦରଖାସ୍ତ ପ୍ରଦାନ କରିବା ସହିତ ଅଙ୍ଗନୱାଡି କେନ୍ଦ୍ରର ସମସ୍ୟା ସମାଧାନ ଲାଗି ସରପଞ୍ଚଙ୍କୁ ଦରଖାସ୍ତ ଅନୁରୋଧ କରାଗଲା ଶେଷରେ ସୁନାଧର ସୁନାନି ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.