ବିଜେପୁର ବ୍ଲକରେ ଫେଲ ମାରିଛି ୫ଟି ଓ ମୋ ସରକାର : ସାଧାରଣରେ ଚ‌ର୍ଚ୍ଚା

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାର ଲୋକଙ୍କ ସୁବିଧା ପାଇଁ ଅନେକ ଯୋଜନା କରୁଛନ୍ତି, କିନ୍ତୁ କେତେକ ସ୍ୱାର୍ଥଲୋଭି ପ୍ରଶାସନିକ ଅଧିକାରୀଙ୍କ ଗର୍ବ ଏବଂ ଅହଙ୍କାର ପାଇଁ ଲୋକେ ରାଜ୍ୟ ସରକାରଙ୍କ ଉପରେ ଆସ୍ଥା ହରାଇଛନ୍ତି ସାଧାରଣ ଜନତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକଦା ବିଜେପୁର ନିର୍ବାଚନ ମଣ୍ଡଳୀରୁ ଭୋଟ ପାଇ ବିଜୟ ଲାଭ କରିଥିଲେ । ଲୋକଙ୍କ ଆଶା ଥିଲା ଯେ, ଏଥର ମୁଖ୍ୟମନ୍ତ୍ରୀ ଲୋକଙ୍କ କଥା ଶୁଣିବେ । କିନ୍ତୁ ବିଜେପୁର ବ୍ଲକରେ ଏଭଳି ବିଡିଓ ଏବଂ ତହସିଲଦାର ନିଯୁକ୍ତି ଦେଇଛନ୍ତି ଯେ, ସେମାନେ ଲୋକଙ୍କ କଥା ତ ଛାଡ଼ନ୍ତୁ ସରକାରଙ୍କ “ମୋ ସରକାର” ଏବଂ ୫ଟି ଯୋଜନାକୁ ବି ଫୁ କରି ଦିଆଯାଉଛି ବୋଲି ଅଭିଯୋଗ ହେଉଛି । ବିଜେପୁର ବ୍ଲକ ଜୋଖିପାଲି ଗ୍ରାମର ଯୁବ ସଂଗଠନ ବିଜେପୁର ବିଡ଼ିଓ ଏବଂ ତହସିଲଦାରଙ୍କୁ ଟ୍ୱିଟର ଆକାଉଣ୍ଟ ଖୋଲିବା ପାଇଁ ଦୀର୍ଘ ସାତ ମାସ ହେଲା ଏକ ଦାବୀପତ୍ର ଦେଇଥିଲେ ହେଁ ତାକୁ କର୍ଣ୍ଣପାତ କରୁନାହାନ୍ତି ସେମାନେ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁହନ୍ତି, ଲୋକମାନେ ହିଁ ପ୍ରକୃତ ସରକାର ଏବଂ ମାଲିକ । ବେତନଭୋଗୀ କର୍ମଚାରୀ ମାନେ ଲୋକଙ୍କ ପଇସାରେ ଲୋକଙ୍କ ସେବା ପାଇଁ ନିଯୁକ୍ତ ହୋଇଛନ୍ତି । କିନ୍ତୁ ଏହି ଘଟଣା ଜାଣିବା ପରେ ସମସ୍ତେ ଭାବିବାକୁ ବାଧ୍ୟ ହେବେ ଯେ, ବିଜେପୁର ବ୍ଲକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ସଚିବଙ୍କ କଥାର କିଛି ମୁଲ୍ୟ ନାହିଁ ବୋଲି କୁହାଯାଇଛି । ଅଂଚଳରେ ସାମାଜିକ ଗଣମାଧ୍ୟମ ଟ୍ୱିଟର ମାଧ୍ୟମରେ କରାଯାଉଥିବା ଅଭିଯୋଗ ଗୁଡ଼ିକ ବର୍ଷ ବର୍ଷ ଧରି ପଡ଼ିରହୁଛି, ଯାହାଫଳରେ ଲୋକଙ୍କ ସରକାର ପ୍ରତି ଥିବା ଆସ୍ଥା ଧୀରେ ଧୀରେ ଭାଙ୍ଗିଯାଉଛି ବୋଲି ମଧ୍ୟ ଅଭିଯୋଗ କରାଯାଇଛି ।

Leave A Reply

Your email address will not be published.