oom

ବିକାଶ ଉଇସ୍‌ଡମ୍‌ ପାର୍କ ପରିସରରେ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଖୋ ଖୋ ଟୁର୍ଣ୍ଣାମେଣ୍ଟ ଆୟୋଜିତ

jsmm

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣା ସ୍ଥିତ ବିକାଶ ଉଇସ୍‌ଡମ୍ ପାର୍କ ପରିସରରେ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଖୋ – ଖୋ ଟୁର୍ଣ୍ଣାମେଣ୍ଟ ଆଜି ସକାଳେ ଉଦ୍‌ଘାଟିତ ହୋଇଯାଇଛି । କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟକୁ କୁଳପତି ପ୍ରଫେସର ଡ.ସଞ୍ଜୟ କୁମାର ଶତପଥୀ ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନୀ ସମାରୋହରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ବିକାଶ ଅନୁଷ୍ଠାନର ନିର୍ଦ୍ଦେଶକ ଡି.ଶ୍ୟାମ, ଅନ୍ୟତମ ନିର୍ଦ୍ଦେଶକ ଡି. ରାମ କୁମାର, ଏକାଡେମିକ ଇନ୍‌ଚାର୍ଜ ଡି.ବିଜୟା, ପରିଚାଳନା କମିଟିର ସଦସ୍ୟା ଡି.ପଦ୍ମିନୀ, ବିବିଏ, ବିସିଏ ବିଭାଗର ଅଧ୍ୟକ୍ଷ ଡ.ସୁଦୀପ୍ତ କୁମାର ଜେନା, ବି.ଏସ.ସି ବିଭାଗର ଅଧ୍ୟକ୍ଷ ଡ.ଆଦିତ୍ୟ କୁମାର ପଟ୍ଟନାୟକ, ବିକାଶ ନର୍ସିଂ ମହାବିଦ୍ୟାଳୟ ଅଧ୍ୟକ୍ଷା କେ.ଜୟଶ୍ରୀ, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଯୁବରାଜ ନାୟକ ଓ ବିକାଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ଆରତୀ ମିଶ୍ର ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଅବସରରେ ଅତିଥିଗଣ ଖୋ – ଖୋ ଏବଂ କ୍ରୀଡାର ଆବଶ୍ୟକତା ସମ୍ପର୍କରେ ଉପସ୍ଥିତ କ୍ରୀଡ଼ାବିତ୍‌ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ପୁରୁଷ ବିଭାଗରେ ଗୋଲାମୁଣ୍ଡା ସର୍ବମଙ୍ଗଳା ମହାବିଦ୍ୟାଳୟ, ଭବାନୀପାଟଣା ସରସ୍ବତୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆଇଟି ଏଣ୍ଡ୍‌ ମେନେଜମେଣ୍ଟ୍‌ ମହାବିଦ୍ୟାଳୟ, ଖରିଆର ସ୍ୱୟଂ ଶାସିତ ମହାବିଦ୍ୟାଳୟ, କେସିଙ୍ଗା ମହାବିଦ୍ୟାଳୟ, ରିଷିଡ଼ା ଜଗନ୍ନାଥ ମହାବିଦ୍ୟାଳୟ ଏବଂ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଭାଗ ନେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ସଫଳ ଭାବେ ପରିଚାଳନା କରିବାରେ ପି.ଇ.ଟି ପ୍ରବୀଣ ପି.କୁମାର ଓ ଅଧ୍ୟାପକ ଜ୍ଞାନରଞ୍ଜନ ମିଶ୍ର ପ୍ରମୁଖ ସହଯୋଗ କରିଥିବାବେଳେ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକା କର୍ମଚାରୀ ମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.